ଭୋପାଲ,୯।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଉଜୈନ ମହାକଳେଶ୍ୱର ମନ୍ଦିରରେ ପହଞ୍ଚି ବାବା ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଏଥିସହ ସେଠାର ସମସ୍ତ ରୀତିନୀତି ଅନୁଯାୟୀ ପୂଜାଅର୍ଜନା କରିଛନ୍ତି।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ସହ ଧାର୍ମିକ ସ୍ଥାନଗୁଡିକର ଐତିହାସିକ ବିକାଶ କରିଛନ୍ତି। ଦେଶରେ କେଦାରନାଥ ଧାମ ହେଉ କିମ୍ବା କାଶୀ ବିଶ୍ୱନାଥ ଧାମ ବା ମହାକାଳ ମନ୍ଦିରର ବିକାଶମୂଳକ କାର୍ଯ୍ୟ କରାଯାଇଛି। ହିନ୍ଦୁ ସଂସ୍କୃତି ଏବଂ ଗୌରବମୟ ଇତିହାସ ଜାଣିବା ପାଇଁ ମହାକଳେଶ୍ୱର ମନ୍ଦିର ଉପଯୁକ୍ତ ସ୍ଥାନ ବୋଲି ଅନୁରାଗ ଠାକୁର କହିଛନ୍ତି।