Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଡ୍ରାଇଭର ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ସଙ୍ଗିନ ଅଭିଯୋଗ

ଲକ୍ଷ୍ନୌ,୬ ।୯: ଉତ୍ତର ପ୍ରଦେଶ ରାଜ୍ୟ ଅର୍ଥ ବିଭାଗରେ କାମ କରୁଥିବା ଜଣେ ଡ୍ରାଇଭରଙ୍କ ହୃଦଘାତରେ ମୃତ୍ୟୁକୁ ନେଇ ପରିବାର ଲୋକେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ପରିବାର ଲୋକେ ଉକ୍ତ ବିଭାଗର ଅବହେଳା ଯୋଗୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ମେଡିକାଲ ଛୁଟି ପରେ ବି ମନ୍ତ୍ରୀ ନାରାୟଣ ରାଣେଙ୍କ ସହ ତାଙ୍କୁ କାମରେ ଲାଗାଯାଇଥିଲା । ତେଣୁ ଏହାକୁ ନେଇ ପରିବାର ଲୋକେ ବିଭାଗୀୟ ଅଧିକାରୀଙ୍କ ଉପରେ ଦୋଷ ଲଦିଛନ୍ତି, ଏବେ ପୋଲିସ ଘଟଣାର ଯାଞ୍ଚ କରୁଛି । ସୂଚନାଯୋଗ୍ୟ, ଅଶୋକ କୁମାର ବର୍ମା ରାଜ୍ୟ ଅର୍ଥ ବିଭାଗରେ ଡ୍ରାଇଭର ଭାବେ କାମ କରୁଥିଲେ । ଯେତେବେଳେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଲକ୍ଷ୍ନୌ ଆସିଲେ ସେତେବେଳେ ଅଶୋକଙ୍କୁ ରାଣେଙ୍କ ଡ୍ୟୁଟିରେ ଲଗାଇ ଦିଆଯାଇଥିଲା । ଡ୍ୟୁଟି ସମୟରେ ହିଁ ଅଶୋକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଫିସ ଗାଡିରେ ତାଙ୍କୁ ମେଡିକାଲ ନିଆଯାଇଥିଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ପରିବାର ଲୋକେ ବିଭାଗର ମୋଟର ଇନଚାର୍ଜ ଅମରିଶ ଶ୍ରୀବାସ୍ତବଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଶ୍ରୀବାସ୍ତବ ଡ୍ରାଇଭରଙ୍କ ଦେହ ଖରାପ ଥିବା ଜାଣିବା ପରେ ବି ତାଙ୍କୁ ଡ୍ୟୁଟି କରିବାକୁ କହିଥିଲେ ଆଉ ନ କଲେ ସସପେଣ୍ଡ କରିବାକୁ କହିବାରୁ ଅଶୋକ ବାଧ୍ୟହୋଇ ଡ୍ୟୁଟି କରିଥିଲେ । ଆଉ ଡ୍ୟୁଟି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

Share