Categories: ଜାତୀୟ

ପରୀକ୍ଷା ଲାଗି ବିଶ୍ୱବିଦ୍ୟାଳୟକୁ ଅନୁମତି

ନୂଆଦିଲ୍ଲୀ,୭ା୭: ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ପରୀକ୍ଷା ପରିଚାଳନା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଅନୁମତି ପ୍ରଦାନ କରିଛି। ୟୁଜିସିର ପରୀକ୍ଷା ସମ୍ପର୍କିତ ଗାଇଡ୍‌ଲାଇନ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଶେଷବର୍ଷ ପରୀକ୍ଷା କରାଇବା ବାଧ୍ୟତାମୂଳକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର୍‌ (ଏସ୍‌ଓପି) ଅନୁଯାୟୀ ପରୀକ୍ଷା କରାଇବା ଲାଗି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପତ୍ର ଲେଖି ଜଣାଇଦେଇଛି।

Share