Posted inଜାତୀୟ

ଦଳିତ ନାବାଳକଙ୍କୁ ପାଦ ଚଟାଇଲେ

ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ରାଏବରେଲିରେ ଏକ ଅମାନବୀୟ କାଣ୍ଡ ଘଟିଯାଇଛି । କେତେଜଣ ଯୁବକ ଜଣେ ଦଳିତ ନାବାଳକଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି। ନାବାଳକ ଜଣଙ୍କ ଜଣେ ଯୁବକଙ୍କ ପାଦ ଚାଟୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୮ ଜଣଙ୍କୁ ପୋଲିସ ଗିରଫ କରିଛି। ଘଟଣାଟି ଗତ ୧୦ ତାରିଖର ହୋଇଥିବାବେଳେ ପୀଡ଼ିତ ନାବାଳକଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଛି। ୟୁପିର ଜଗତପୁର ଟାଉନ୍‌ରେ ପୀଡ଼ିତଙ୍କ ଘର। ୧୦ ତାରିଖରେ ସେ ତାଙ୍କର କିଛି ବନ୍ଧୁଙ୍କ ସହ ମୋଟରସାଇକେଲରେ ରାମଲିଲା ମଇଦାନକୁ ଆସିଥିଲେ। ସେଠାରୁ ସେମାନେ ସାଲୋନ ରୋଡ୍‌ ଯାଇଥିବାବେଳେ ଆଉ କେତେଜଣ ଯୁବକ ତାଙ୍କୁ ଏକ ବଗିଚାକୁ ନେଇଯାଇ ମାଡ଼ ମାରିଥିବା ପୋଲିସ କହିଛି। ନାବାଳକ ଜଣକ ତାଙ୍କ ବିଧବା ମା’ ଓ ଦୁଇ ଭଉଣୀଙ୍କ ସହ ରୁହନ୍ତି। ତେବେ ନାବାଳକଙ୍କୁ ମାଡ଼ ମାରିବା ସହ ତାଙ୍କୁ ପାଦ ଚଟାଇବା ପଛର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବା ସହ ପୀଡ଼ିତଙ୍କୁ ନ୍ୟାୟ ଦିଆଯିବା ନେଇ ପରିବାର ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ଜିଅନ୍ତା ଜାଳି ଦେବାକୁ କରାଯାଇଥିଲା ଉଦ୍ୟମ, ଏଏପିର ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ,୩୦।୧୧: ଶନିବାର ଦିଲ୍ଲୀର ଗ୍ରେଟର କୈଲାଶ ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମନ୍ତ୍ରୀ...

କଂଗ୍ରେସକୁ ଭାଜପାର ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଭିଏମ ସମ୍ବନ୍ଧୀୟ ରାଜନୀତି ଅଧିକ ତୀବ୍ର ହୋଇଛି। ଶନିବାର (ନଭେମ୍ବର ୩୦, ୨୦୨୪) ଭାଜପା ଇଭିଏମର ବିଶ୍ୱସନୀୟତା...

ଏଣିକି ବିଳମ୍ବରେ ଫୋନ୍‌କୁ ଆସିବ OTP, ଡିସେମ୍ବର ପହିଲାରୁ ‘ଅପେକ୍ଷାର ଫଳ ମିଠା’ ଭଳି ହେବ ସ୍ଥିତି…

ନୂଆଦିଲ୍ଲୀ,୩୦।୧୧: ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(TRAI) ଟ୍ରେସେବିଲିଟି ଗାଇଡ୍‌ଲାଇନ୍‌ ଆଣିଛି। ଏହା ଡିସେମ୍ବର ପହିଲାରୁ ଲାଗୁ ହେବ। ଏହାର ପ୍ରଭାବ ଦେଶର ଟେଲିକମ୍‌ ବ୍ୟବହାରକାରୀଙ୍କ...

ଡିସେମ୍ବର ପହିଲାରୁ ଲାଗୁ ହେବ ଏସବୁ ନୂଆ ନିୟମ, ମଧ୍ୟବିତ୍ତଙ୍କ ପକେଟ ଉପରେ ପଡ଼ିବ ବୋଝ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୧୧: ରାତି ପାହିଲେ ନୂଆ ମାସ। ସାରା ଦେଶରେ ଡିସେମ୍ବର ପହିଲାରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ୟାସ ଦରଠାରୁ ଆରମ୍ଭ କରି ଓଟିଟିକୁ...

ବାରାଣସୀ ରେଳଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ୨୦୦ ଗାଡ଼ି

ବାରାଣସୀ,୩୦ା୧୧: ଉତ୍ତରପ୍ରଦେଶର ବାରାଣସୀ କ୍ୟାଣ୍ଟନମେଣ୍ଟ ରେଳଷ୍ଟେଶନରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗାଡ଼ି ପାର୍କିଂ ସ୍ଥାନରେ ନିଆଁ ଲାଗିବାରୁ ଅନୂ୍ୟନ ୨୦୦ ଦୁଇଚକିଆ...

ଗାଁରେ ପହଞ୍ଚି ଅସୁସ୍ଥ ହୋଇପଡିଛନ୍ତି ଶିନ୍ଦେ, ସତ୍ତାରା ପହଞ୍ଚିଲେ ଡାକ୍ତରୀ ଟିମ୍‌!

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟ ତାଙ୍କ ଗ୍ରାମରେ ହଠାତ୍‌ ଖରାପ ହୋଇଯାଇତ୍ୱା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ...

EPFO ଜାରି କଲା ନୂଆ ଗାଇଡ୍‌ଲାଇନ୍‌, ଆଧାର ବିନା ଟଙ୍କା ଉଠାଇ ପାରିବେ…

ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍‌ କ୍ଲେମ୍‌ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍‌ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି...

ଦିଲ୍ଲୀରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ଆକ୍ରମଣ, ପଦଯାତ୍ରା ସମୟରେ…

ନୂଆଦିଲ୍ଲୀ,୩୦।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ପ୍ରମୁଖ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ଆକ୍ରମଣ। ତାଙ୍କ ଉପରେ କେହି ଜଣେ ତରଳ ପଦାର୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri