ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଗାଜିଆବାଦର ବିଧାୟକ ଅତୁଲ ଗର୍ଗ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ତାଙ୍କୁ ସାମାନ୍ୟ ଜ୍ୱର ହେବା ସହ ଗଳାରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କର ପରୀକ୍ଷା କରାଯାଇଥିଲା। ତେବେ ମଙ୍ଗଳବାର ଆସିଥିବା ଆଣ୍ଟିଜେନ ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ଆସିଛି। ଏହାପରେ ସେ ଗାଜିଆବାଦ ସ୍ଥିତ ବାସଭବନରେ ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। ଏନେଇ ଅତୁଲ ଗର୍ଗ ଟୁଇଟ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଅଗଷ୍ଟ ୧୬ରୁ ୧୮ ଯାଏ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଅତୁଲଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ଜଣ ମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ଜଣ କ୍ୟାବିନେଟ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ ଚୌହାନଙ୍କ ମୃତ୍ୟୁ ଘଟିସାରିଛି।

Share