Posted inଫୁରସତ

ଛୋଟ ସ୍କଟ୍‌ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରୀ ମନା କରିବାରୁ…

ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍‌ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଛାତ୍ରୀ ହେଉଛନ୍ତି ୧୨ ବର୍ଷୀୟା ସିହମ ହାମୁଦ। ପୂର୍ବରୁ ସେ ଲମ୍ବା ସ୍କଟ୍‌ ପିନ୍ଧୁଥିବାରୁ ଛୋଟ ଡ୍ରେସ୍‌ ପିନ୍ଧିବାକୁ ତାଙ୍କର ପସନ୍ଦ ନ ଥିଲା। ମାତ୍ର ନୂଆ କରି ଆସିଥିବା ଆଉ ଏକ ସ୍କୁଲକୁ ଲମ୍ବା ସ୍କଟ୍‌ ପିନ୍ଧି ଆସିଥିଲେ। ତେଣୁ ତାଙ୍କୁ ସ୍କୁଲ ପକ୍ଷରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କୁ ଡିସେମ୍ବର ମାସରେ ପ୍ରତିଦିନ ସ୍କୁଲରୁ ଘରକୁ ପଠାଇ ଦିଆଯାଉଥିଲା। ଲମ୍ବା ସ୍କଟ୍‌ ବଦଳାଇ ଛୋଟ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। ମାତ୍ର ସିହମ ପ୍ରତିଥର ଏହାକୁ ବିରୋଧ କରୁଥିଲେ।
ଏହି ସ୍କୁଲ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ। ସ୍କୁଲ କର୍ତ୍ତୃପକ୍ଷ ସିହମଙ୍କ ଅଭିଭାବକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ଏବେ ସିହମ ଘରେ ରହି ପଢୁଛନ୍ତି। ସିହମ କୁହନ୍ତି, ମୋତେ ସ୍କୁଲ ଯିବା ପସନ୍ଦ। ମୋତେ ଲମ୍ବା ଡ୍ରେସ୍‌ ପିନ୍ଧିବା ପସନ୍ଦ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ମତେ ଏହା କରାଇ ଦେଉନାହାନ୍ତି।
ସିହମଙ୍କ ପିତା ଇଦ୍‌ରିସ ଜଣେ ଆଥେଲେଟିକ୍ସ କୋଚ। ସେ କହିଛନ୍ତି, ମୋ’ ଝିଆ ନିଜ ଧର୍ମ ପ୍ରତି ଆସ୍ଥା ରଖି ଚାଲେ। ସେ ଚାହୁଁଛି ଅନ୍ୟ ପିଲାଙ୍କଠାରୁ କିଛି ଅଧିକ ଲମ୍ବର ୟୁନିଫର୍ମ ପିନ୍ଧିବାକୁ। ମୋତେ ବୁଝାପଡୁନାହିଁ ଏହା ଦ୍ୱାରା ସ୍କୁଲ କର୍ତ୍ତୃପକ୍ଷଙ୍କର କ’ଣ ସମସ୍ୟା ହେଉଛି। ମୋ ଝିଅ ଯେତେଥର ଲମ୍ବା ୟୁନିଫର୍ମ ପିନ୍ଧି ସ୍କୁଲ ଯାଇଛି ତାକୁ ଘରକୁ ପଠାଇ ଦିଆଯାଇଛି। ମାତ୍ର ତା ବିଶ୍ୱାସକୁ ସେ କେମିତି ଛାଡ଼ିପାରିବ? ମୋ ଝିଅକୁ ଲମ୍ବା ୟୁନିଫର୍ମ ପିନ୍ଧିବା ପାଇଁ ଅନୁମତି ଦିଆଯାଉ। ଏହା ମୋ ଝିଅର ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri