କୋଲକାତା,୨୦।୭: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କୋଲକାତାହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କୋଲକାତା ପୋଲିସ କୌଣସି ବୈଧ ମାମଲାରେ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ପୋଲିସ ପାଖରେ ସଠିକ୍ ସୂଚନା ଥାଏ, ତେବେ ଏଫଆଇଆର୍ ପଞ୍ଜୀକୃତ ହୋଇପାରିବ। ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। କୋଲକାତା ହାଇକୋର୍ଟର ଏକ ଖଣ୍ଡପୀଠ ଜଷ୍ଟିସ ରାଜଶେଖର ମନ୍ଥାଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ, ଯେଉଁଥିରେ ଶୁଭେନ୍ଦୁ ଅଧିକାରୀଙ୍କୁ ଗତ ଡିସେମ୍ବରରୁ ପଶ୍ଚିମବଙ୍ଗର ପୋଲିସ ଦ୍ୱାରା ଏଫଆଇଆରରୁ ସୁରକ୍ଷା ଦିଆଯାଇଥିଲା।