ନୂଆଦିଲ୍ଲୀ,୨୪ ।୯: ଯେଉଁମାନେ ଅଧିକ ହ୍ୱାଟସଆପ କଲ କରୁଛନ୍ତି ସେମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏବେ ସେମାନଙ୍କୁ ଏହି କଲ ପାଇଁ ପଇସା ପଇଠ କରିବାକୁ ପଡିବ । ଖୁବଶୀଘ୍ର ଦେଶରେ ଏହି ସିଷ୍ଟମ ଲାଗୁ ହେବାକୁ ଯାଉଛି । ଏ ସମ୍ପର୍କିତ ମତାମତ ମୋଦି ସରକାର ଜନତାଙ୍କଠାରୁ ଲୋଡିଛନ୍ତି । ଏଥିପାଇଁ ସରକାର ଟେଲିକମ ଡ୍ରାପ୍ଟ ପ୍ରକାଶ କରିଛନ୍ତି । ବିଲରେ ବ୍ୟବସ୍ଥା ରହିଛି ଯେ ହ୍ୱାଟସଆପ ଓ ଫେସବୁକ ମାଧ୍ୟମରେ କଲ କିମ୍ବା ମେସେଜ ପଠାଇବାକୁ ଯେଉଁ ସୁବିଧା ରହିଛି ତାହା ଟେଲିକମକୁ ଦିଆଯିବା ଉଚିତ ନା ନାହିଁ ।
ଦେଶର ଟେଲିକମ କମ୍ପାନୀ ଲଗାତର ଅଭିଯୋଗ କରି ଆସୁଛନ୍ତି ଯେ ଫେସବୁକ ଓ ହ୍ୱାଟସଆପ ଉପଭୋକ୍ତାଙ୍କୁ ମେସେଜ ଓ କଲ କରିବାର ସୁଯୋଗ ଦେଇଛି ଯାହା ଫଳରେ ଟେଲିକମ କମ୍ପାନୀର କ୍ଷତି ହେଉଛି । ତେଣୁ ଏହାକୁ ଟେଲିକମ ସେବା ଅଧିନରେ ଆଣିବା ଜରୁରୀ । ଏ ସମ୍ପର୍କରେ ଏବେ ଉପଭୋକ୍ତାଙ୍କର ରାୟ ଲୋଡାଯାଇଛି । ୨୦ ଅକ୍ଟୋବର ପର୍ଯ୍ୟନ୍ତ ଏହି ବିଲର ପ୍ରାବଧାନକୁ ନେଇ ଲୋକେ ସେମାନଙ୍କର ରାୟ ଦେଇପାରିବେ । ଲୋକଙ୍କ ମତ ମିଳିବା ପରେ ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ବିଲରେ ସାଇବର ଫ୍ରଡକୁ ରୋକିବାକୁ ମଧ୍ୟ ପ୍ରାବଧାନ ରହିଛି ।