Categories: ଫୁରସତ

ଜାଣନ୍ତି କି ପାଣିରେ ଅଧିକ ସମୟ ରହିଲେ ତ୍ୱଚା କାହିଁକି ଲୋଚା ହୋଇଯାଏ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ, ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ହାତ ଏବଂ ପାଦର ଚର୍ମ ଲୋଚା ହୋଇଯାଏ। କିନ୍ତୁ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ଏହା କାହିଁକି ହୁଏ ବୋଲି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ହାତ ଏବଂ ପାଦର ଚର୍ମ ବାକି ଚର୍ମ ଅପେକ୍ଷା ବହୁତ ମୋଟା ଅଟେ। ଦୀର୍ଘ ସମୟ ଧରି ପାଣିରେ ରହିବା ହେତୁ ଚର୍ମରେ ସଂକୋଚନ ମଧ୍ୟ ଅଳ୍ପ ସମୟ ପାଇଁ ହୁଏ ଏବଂ ପରେ ଏହା ଠିକ୍‌ ହୋଇଯାଏ। ବାସ୍ତବରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ।

ଏକ ରିପୋର୍ଟ ଅନୁଯାୟୀ, ଆମ ଚର୍ମର ଉପର ସ୍ତରରେ ସେବମ୍‌ ନାମକ ଏକ ତେଲିଆ ଅଂଶ ରହିଛି। ଏହା ଆମ ତ୍ୱଚାକୁ ସୁରକ୍ଷା ଦେବା ବ୍ୟତୀତ ଆର୍ଦ୍ରତା ଏବଂ ଚିକ୍କଣ ମଧ୍ୟ କରିଥାଏ। ଏହି ତେଲ ଚର୍ମ ଉପରେ ବର୍ଷା କୋଟ୍‌ ପରି କାମ କରେ। ଏହି ତେଲ ଯୋଗୁ ଆମେ ଯେତେବେଳେ ଶୁଖିଲା ହାତ ଧୋଇଥାଉ, ପାଣି ସହଜରେ ଖସିଯାଏ। ଦୀର୍ଘ ସମୟ ପାଣିରେ ରହିବା ଆମ ଚର୍ମରେ ଥିବା ସେବମ ତେଲକୁ ଧୋଇଯାଏ। ତେଣୁ ପାଣି ଆମ ଚର୍ମରେ ପ୍ରବେଶ କରିବା ଆରମ୍ଭ କରେ ଏବଂ ଚର୍ମ ସଙ୍କୁଚିତ ହେବାକୁ ଲାଗିଥାଏ। ତଥାପି ଆମ ଚର୍ମର ଉପର ସ୍ତରର ଜଳ ବାଷ୍ପୀଭୂତ ହେବା ମାତ୍ରେ ଆମ ହାତ ଏବଂ ପାଦରେ ଥିବା ଚର୍ମ ପୂର୍ବ ପରି ସ୍ବାଭାବିକ ହୋଇଯାଏ। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ।

Share