ଲକ୍ଷୌ,୧୦।୧୦: ଉତ୍ତର ପ୍ରଦେଶର ଫିରୋଜାବାଦ୍ରେ ଦୀର୍ଘ ୩୫ ବର୍ଷ ଧରି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ଅଣସରକାରୀ ସଂଗଠନ (ଏନ୍ଜିଓ) ଉଦ୍ଧାର କରିଛି। ଚିକିତ୍ସା ପାଇଁ ମହିଳାଙ୍କୁ ଆଗ୍ରା ସ୍ଥିତ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେବା ଭାରତୀ ଏନ୍ଜିଓକୁ ଭାଜପା ବିଧାୟିକା ଅଞ୍ଜୁଳା ମାହୋର ସାହାଯ୍ୟ କରିଥିବା କୁହାଯାଉଛି। ୧୭ ବର୍ଷ ବୟସରେ ମହିଳାଙ୍କ ରୋଗ ବିଷୟରେ ତାଙ୍କ ପରିବାର ଅବଗତ ହୋଇଥିଲେ। ସେମାନେ ତାଙ୍କୁ ଏକ ବନ୍ଦ କୋଠରିରେ ଶିକୁଳିରେ ବାନ୍ଧି ରଖିଥିଲେ। ଗାଧୋଇବା ପାଇଁ ଝରକା ବାଟେ ପାଣି ଏବଂ କବାଟ ଫାଙ୍କରେ ତାଙ୍କୁ ଖାଦ୍ୟ ଦିଆଯାଉଥିଲା।