Categories: ଜାତୀୟ

ପ୍ରକୃତ ସତ୍ୟଠାରୁ ଦୂରରେ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ, କହିଲେ ଭାରତ ସରକାର…

ନୂଆଦିଲ୍ଲୀ,୧୫।୧୦ : ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୨ରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି ଯେ  ବିଶ୍ୱ କ୍ଷୁଧା ସୂଚକାଙ୍କ ଏକ ଭୁଲ ହିସାବ ଏବଂ ଏହାର ଅନେକ ଗମ୍ଭୀର ପଦ୍ଧତିଗତ ସମସ୍ୟା ରହିଛି। ଏହି ରିପୋର୍ଟ ତୃଣମୂଳସ୍ତରର ବାସ୍ତବତାଠାରୁ ଭିନ୍ନ ହେବା ସହିତ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଉଦ୍ୟମକୁ ଅଣଦେଖା କରିଛି। ଶନିବାର ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୨୧ ଦେଶ ମଧ୍ୟରେ ୧୦୭ ସ୍ଥାନରେ ରହିବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି କୁହାଯାଇଛି।

ଜନସାଧାରଣଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସରକାର ବହୁ ପ୍ରୟାସ କରୁଛନ୍ତି। କିନ୍ତୁ ଏଥିରେ ଏହାକୁ ସାମିଲ କରାଯାଇ ନାହିଁ।

ଏହି ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ଏସିଆରେ ବିଶ୍ୱର କ୍ଷୁଧା ସ୍ତର ସର୍ବାଧିକ। ଶିଶୁଙ୍କ କୁପୋଷଣ ହାର ସର୍ବାଧିକ। ଏଥିରେ କୁହାଯାଇଛି ଯେ ଭାରତରେ ଚାଇଲ୍ଡ ଓ୍ବେଷ୍ଟିଂ ରେଟ ୧୯.୩ ପ୍ରତିଶତ ରହିଛି। ଯାହାକି ବିଶ୍ୱରେ ସର୍ବୋଚ୍ଚ ଅଟେ। ଭାରତ, ପାକିସ୍ଥାନ ଏବଂ ଆଫଗାନିସ୍ତାନରେ ଚାଇଲ୍ଡ ଓ୍ବେଷ୍ଟିଂ ରେଟ ୩୫ ରୁ ୩୮ ପ୍ରତିଶତ ମଧ୍ୟରେ ରହିଛି। ଆଫଗାନିସ୍ତାନର ଚାଇଲ୍ଡ ଓ୍ବେଷ୍ଟିଂ ରେଟ ସର୍ବାଧିକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share