ନୂଆଦିଲ୍ଲୀ,୨୮।୭ : ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏଈିକି ୧୭ ବର୍ଷରୁ ଅଧିକ ବୟସ୍କ ଯୁବବର୍ଗ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଆବେଦନ କରିପାରିବେ। ଯୁବବର୍ଗଙ୍କୁ ଆବେଦନ କରିବାକୁ ଆଉ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୮ ବର୍ଷରେ ପାଦ ଦେବାର ପ୍ରଥମ ଦିନଠାରୁ ସମସ୍ତ ଯୁବବର୍ଗ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରିପାରିବେ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏହି ସୁବିଧା ଯୋଗାଇବା ପାଇଁ ବୈଷୟିକ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟର ସିଇଓ, ଇଆରଓ ଏବଂ ଏଇଆରଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।