Categories: ଜାତୀୟ

ଗର୍ଲଫ୍ରେଣ୍ଡଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିଲା ପରେ…

କୋଲକାତା,୧୪।୧: ପ୍ରତାରଣାର ଶିକାର ହୋଇ ପଶ୍ଚିମବଙ୍ଗର ନଦିଆ ଜିଲାରେ ଜଣେ ୨୩ ବର୍ଷୀୟ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କଲାବେଳେ ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ କଲ୍‌ରେ ରହିଥିଲେ। ଶାନ୍ତିନଗର କଲୋନିରେ ରହୁଥିବା ସମ୍ପୃକ୍ତ ଯୁବକ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଘର ପଛପଟୁ ବନ୍ଦ କରି ରଶି ଲଗାଇଥିଲେ ବୋଲି ପୋଲିସ କହିଛି। ଆତ୍ମହତ୍ୟା ପରେ ମଧ୍ୟ ଭିଡିଓ କଲିଂ ଅନ୍‌ ରହିଥିବା ଜଣାପଡିଛି।

ପୋଲିସ ଅଧିକ ତଦନ୍ତ ଲାଗି ମୋବାଇଲ ଫୋନ୍‌କୁ ଜବତ କରିଛି। ଯୁବକ ଜଣେ ସ୍ଥାନୀୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ମଧ୍ୟରେ ବିବାହ ହେବାର ଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ତେବେ ଗର୍ଲଫ୍ରେଣ୍ଡଙ୍କୁ ଅନ୍ୟ ଜଣେ ଯୁବକଙ୍କ ସହ ଦେଖିବା ପରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଯୁବକ ଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Share