ଝାବୁଆ,୨୮।୭: ମଧ୍ୟପ୍ରଦେଶର ଝାବୁଆ ଜିଲା ଉମରକୋଟ ଗ୍ରାମରେ ରହୁଥିବା ଆଦିବାସୀ ଆଜିବି ବଳଦ ବଦଳରେ ମହିଳାଙ୍କୁ ହଳ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ରତନ ଭୋବର ଓ ତାଙ୍କ ସ୍ତ୍ରୀ ରାମଲି ୫ଟି ପିଲାଙ୍କୁ ନେଇ ଏବେବି ଗରିବ ସୀମାରେଖା ତଳେ ରହୁଛନ୍ତି। ଅର୍ଥାଭାବ ଯୋଗୁ ଏମାନେ ବଦଳ ନ କିଣି ପାରି ମହିଳାଙ୍କୁ ନେଇ ଚାଷ କରୁଥିବା ଦେଖାଯାଇଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ଓ ଏଠାକାର ଏମ୍ପି ଏମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ବଳଦ ଯୋଡାକୁ ଏଠାରେ ପାଖାପାଖି ୨୫ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଭଡାରେ ଆଣିଲେ ଦିନକୁ ଦେବାକୁ ପଡୁଛି ପ୍ରାୟ ଏକ ହଜାର ଟଙ୍କା। ତେଣୁ ଏତେ ପରିମାଣର ଅର୍ଥ ସେମାନଙ୍କ ପାଖରେ ନ ଥିବା ପ୍ରକାଶ କରିଛନ୍ତି ରତନ।