ଓଡ଼ଗାଁ,୨୨ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସର୍ବାଗ୍ରେ କୁରାଳ ପଞ୍ଚାୟତ ରହିଛି। ଲଗାତାର ଦୁଇ ଦିନରେ ଏହି ପଞ୍ଚାୟତ ଅଧୀନରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ୧୬ ସୁରଟ ଫେରନ୍ତା କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଫଳରେ ସରପଞ୍ଚ ପଞ୍ଚାୟତରେ ଶୁକ୍ରବାର ସନ୍ଧ୍ୟା ୬ଟାରୁ ୨୪ ତାରିଖ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଜରୁରିକାଳୀନ ସେବାରେ ଥିବା ଡାକ୍ତରଖାନା, ଔଷଧ ଦୋକାନ ଖୋଲିବ। ଆଗାମୀ ଦିନରେ ରାଜ୍ୟ ବାହାରୁ ବହୁସଂଖ୍ୟାରେ ପ୍ରବାସୀ ଆସିବାକୁ ରହିଥିବା ପରିପ୍ରେକ୍ଷୀରେ ସରପଞ୍ଚ ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି।