Posted inରାଜ୍ୟ

ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ତାଗିଦ: ୩ ଦିନରେ ଜମା କର ବକେୟା ୩୫.୩୩ ଲକ୍ଷ

ଜଗତ୍‌ସିଂହପୁର ଅଫିସ,୨୫ା୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠ ଆଜି ସଙ୍କଟରେ। ମନ୍ଦିର ଛାତଠାରୁ ଆରମ୍ଭ କରି ଚନ୍ଦନ ପୋଖରୀ ଓ ସମ୍ପୂର୍ଣ୍ଣ ପରିବେଶ ବିଗିଡିଯାଇଛି। ପାର୍କିଂ, ଭୋଗ ଓ ଦୀପ ଦୋକାନୀମାନେ ମନ୍ଦିର ରାଜସ୍ବ ଲୁଟି ଚାଲିଛନ୍ତି। ସେମାନେ ମନ୍ଦିର ପ୍ରଶାସନକୁ ଗତବର୍ଷର ବକେୟା ରାଶି ନ ଦେଇ ମଧ୍ୟ ଚଳିତବର୍ଷ ବିନା ରାଜିନାମାରେ କାରବାର ଚଳାଇଛନ୍ତି। ଆଶ୍ଚର୍ଯ୍ୟର କଥା ଚଳିତବର୍ଷର ୨ଟି କିସ୍ତି ମଧ୍ୟ ଜମା କରି ନ ଥିଲେ। ଏ ବାବଦରେ ମୋଟ ୪୭ ଲକ୍ଷ ଟଙ୍କା ଉପରୋକ୍ତ ଦୋକାନୀଙ୍କ ଉପରେ ବାକି ପଡିଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ ରହିଥିଲା। ଏନେଇ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଉଭୟ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଚେଇଁ ଉଠିଛି। ଦେବୋତ୍ତର ବିଭାଗ ନୋଟିସ୍‌ କରିବାରୁ ଭୋଗ ଓ ଦୀପ ଦୋକାନୀ ପାଖାପାଖି ୧୧.୫୩ ଲକ୍ଷ ଟଙ୍କା ଜମା କରିଛନ୍ତି। କିନ୍ତୁ ପାଖାପାଖି ୩୫.୩୩ ଲକ୍ଷ ଟଙ୍କା ଏବେ ବି ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କ ଉପରେ ବକେୟା ରହିଛି। ଏହି ରାଶି ୩ ଦିନ ମଧ୍ୟରେ ଅର୍ଥାତ୍‌ ୨୭ ତାରିଖ ସୁଦ୍ଧା ଜମା କରିବାକୁ ମନ୍ଦିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ଧଳ ନୋଟିସ୍‌ କରିଛନ୍ତି। ସେହିପରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମନ୍ଦିର ପରିଦର୍ଶନରେ ଯାଇ ଏହାର ସମୀକ୍ଷା କରିବା ସହ ଚନ୍ଦନ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ବେଆଇନ ପାର୍କିଂ ଫି ଆଦାୟ କଲେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରରେ ଯେପରି କୌଣସି ଅନିୟମିତତା ନ ହୁଏ ଓ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଭୋଗ, ଦୀପ ଓ ପାର୍କିଂ ଦୋକାନୀମାନେ ୨ଟି କିସ୍ତି ଟଙ୍କା ଜମା କରିବା କଥା। କିନ୍ତୁ କେହି ଜମା କରୁ ନ ଥିଲେ। ଧରିତ୍ରୀରେ ଏହି ଖବର ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ଓ ଜିଲାପାଳ ତତ୍ପରତା ପ୍ରକାଶ କରିଥିଲେ। ଇତିମଧ୍ୟରେ ଦୀପ ଦୋକାନୀ ୨ରୁ ୧ଟି କିସ୍ତି ବାବଦ ପାଖାପାଖି ୭,୫୩,୦୦୦ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୭,୫୩,୦୦୦ ଟଙ୍କା ୩ ଦିନ ମଧ୍ୟରେ ଜମା କରିବାକୁ ନୋଟିସ୍‌ ହୋଇଛି। ଭୋଗ ଦୋକାନୀ ଚଳିତବର୍ଷ କିସ୍ତି ପିଛା ୮,୬୭,୩୨୫ ଟଙ୍କା ଦେବ ବୋଲି ସ୍ଥିର ହୋଇଛି। କିନ୍ତୁ ଦୋକାନୀମାନେ କିସ୍ତି ଟଙ୍କା ଦେବାରେ ବିଳମ୍ବ କରିଛନ୍ତି। ନିକଟରେ ପାଖାପାଖି ୪ ଲକ୍ଷ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୧୩ ଲକ୍ଷ ଟଙ୍କା ବାକି ରହିଛି। ୨୦୧୮-୧୯ରେ ପାଖାପାଖିଢ଼ ୪ ଲକ୍ଷ ଟଙ୍କା ବାକି ରହିଛି। ଏହିପରି ମୋଟ ୧୭ ଲକ୍ଷ ଟଙ୍କା ୩ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ପାର୍କିଂ ନେଇଥିବା ବ୍ୟକ୍ତି କିସ୍ତି ପିଛା ପାଖାପାଖି ୨,୯୦,୦୦୦ ଟଙ୍କା ପୈଠ କରିବାକୁ ସର୍ତ୍ତ ରହିଛି। କିନ୍ତୁ ସେ ଅଦ୍ୟାବଧି ଗୋଟିଏ ବି କିସ୍ତି ଦେଇନାହାନ୍ତି। ତେଣୁ ଚଳିତବର୍ଷର ୫,୮୦,୦୦୦ ଓ ଗତବର୍ଷର ୫,୦୦,୦୦୦ ମିଶାଇ ମୋଟ ପ୍ରାୟ ୧୧ ଲକ୍ଷ ଟଙ୍କା ୩ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟାନ୍ୟ ସଂସ୍କାର ଉପରେ ଜିଲାପାଳ ମହାପାତ୍ର କହିଛନ୍ତି ଯେ, ଚନ୍ଦନ ପୋଖରୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କରାଯିବ। ଏଥିରେ ୪ଟି ଫାଉଣ୍ଟେନ୍‌ ଲାଗିବ। ଡ୍ରେନେଜ୍‌ ବିଭାଗକୁ ଏହି ପୋଖରୀ କାମ ହସ୍ତାନ୍ତର କରାଯିବ। ଗୋଡ ଧୋଇବାକୁ ପଦ ପ୍ରୋକ୍ଷାଳନ ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏଠାରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ କାମ ଚାଲିଛି। ଏନେଇ ଓଟିଡିସି ନିର୍ବାହୀ ଯନ୍ତ୍ରୀଙ୍କ ସହ ସମୀକ୍ଷା ହୋଇଛି। ଆସନ୍ତା ବୁଧବାର ପୁଣି ସମୀକ୍ଷା ହେବ। ଏହାର ସାମ୍ନା ଖାଲି କରାଯିବ। ନବ କଳେବର ସମୟରେ ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଥିଲା ସେମାନଙ୍କୁ ଘର ଦିଆଯିବ। ମନ୍ଦିର ସମ୍ମୁଖ ଦକ୍ଷିଣ ପଟେ ମଝିରେ ଥିବା ଖାଲି ସ୍ଥାନରେ ପାର୍କିଂ କରାଯିବ। ଏହି ପାର୍କିଂ ସ୍ଥାନରେ ପରିଶ୍ରାଗାର ରହିବ। ଏହାବାଦ୍‌ ଓଟିଡିସି ମଧ୍ୟ ଏକ କମ୍ପ୍ଲେକ୍ସ କରୁଛି। ଏହାର ଉନ୍ନତିକରଣ ମଧ୍ୟ କରାଯିବ। ମନ୍ଦିର ଓ ବାହାର ପରିବେଶ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଧ୍ୟାନ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିଜେଡିକୁ ଟାର୍ଗେଟ କଲେ ମୋହନ, ଏଥର କହିଦେଲେ ବଡ଼ କଥା..

ଯାଜପୁର,୨୯।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ରବିବାର ଯାଜପୁର ଜିଲାର ବଡ଼ଚଣା...

ବଡ଼ଚଣାରେ ଗର୍ଜିଲେ ମୋହନ, କହିଲେ ସ୍ମିତାରାଣୀ ମୃତ୍ୟୁ ମାମଲାର ହେବ ତଦନ୍ତ, ଦୋଷୀଙ୍କୁ ମିଳିବ…

ଯାଜପୁର,୨୯ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’...

ଆସୁଛି ବଡ଼ ଲଘୁଚାପ: ଏଥର ବର୍ଷାରେ ଭିଜିବ ଦଶହରା…

ଭୁବନେଶ୍ୱର,୨୯।୯: ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା।...

ରାପିଡ୍‌ ଆକ୍ସନ ଫୋର୍ସର ଫ୍ଲାଗ୍‌ମାର୍ଚ୍ଚ, ସାମିଲ ହେଲେ ଏସ୍‌ପି-ଡିଆଇଜି-ଜିଲାପାଳ

ଭଦ୍ରକ,୨୯ା୯(ସନାତନ ରାଉତ): ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା ଘଟଣାରେ ୧୬୩ ଧାରା ଜାରି ରହିଥିବା ବେଳେ ଇଣ୍ଟନେଟ୍‌ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ...

ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ…

ଭୁବନେଶ୍ୱର,୨୯ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ...

ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍‌ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାକୁ ଧରିବା ସହ ୧୯ଟି...

ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର...

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri