ଲକ୍ଷ୍ନୌ,୨୭।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ସକାଳ ୯ଟା ସୁଦ୍ଧା ଯେଉଁ କର୍ମଚାରୀମାନେ କାର୍ଯ୍ୟଳୟରେ ଉପସ୍ଥିତ ନ ରହିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ସେତିକି ନୁହେଁ ସେମାନଙ୍କ ବେତନ ମଧ୍ୟ କାଟି ଦିଆଯିବ ବୋଲି କହିଛନ୍ତି ଯୋଗୀ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ଖବର ଟୁଇଟ୍ କରାଯାଇଛି।