ନୂଆଦିଲ୍ଲୀ,୨୦।୧୧: ସାବରିମାଲା ଆୟପ୍ପା ମନ୍ଦିରକୁ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସାବରିମାଲା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମନ୍ଦିର ପ୍ରଶାସନର ସୁବିଧାକୁ ଦୃଷ୍ଟିରେ ରଖି ୪ ସପ୍ତାହ ମଧ୍ୟରେ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୦ ଜାନୁୟାରି ତୃତୀୟ ସପ୍ତାହରେ କରାଯିବାକୁ ନେଇ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସୁପ୍ରିମ କୋର୍ଟ ପୂର୍ବରୁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେରଳ ସରକାର ନୂତନ ଆଇନ ପ୍ରଣୟନ କରି ନ ଥିଲେ। ତେବେ ବୁଧବାର ଏହାର ଶୁଣାଣି କରି କୋର୍ଟ କେରଳ ସରକାରଙ୍କୁ ଏହି ନିଷ୍ପତ୍ତି ଶୁଣାଇଛନ୍ତି।