ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତୁମୁଳକାଣ୍ଡ: ଡିଏସ୍‌ପି ଏସ୍‌ଆଇଙ୍କୁ ପଥରମାଡ଼, ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି। ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଛି।

ଘଟଣାରୁ ପ୍ରକାଶ ଯେ, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ମହାପୁରୁଷ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଏକ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ପୁରୁଣାବଜାର ଥାନାରେ ଅଭିଯୋଗ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ୨ ଦିନ ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ପୋଷ୍ଟ କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୁନର୍ବାର କିଛି ମେସେଜ୍‌ କରିବା ପରେ ଶୁକ୍ରବାର ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଯୁବକ ଏକଜୁଟ ହୋଇ ଭଦ୍ରକ ସହର ଆଡ଼କୁ ଆସୁଥିବା ପୋଲିସ ଖବର ପାଇଥିଲା।

ସନ୍ଥିଆ ପୋଲ ନିକଟରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲେ। ସେମାନେ ଉକ୍ତ ଯୁବକଙ୍କୁ ଏବେ ତୁରନ୍ତ ଗିରଫ କରାଯାଉ ବୋଲି ଅଡ଼ି ବସିବା ସହ ଟାୟାର ଜାଳି ସନ୍ଥିଆ ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ଯୁକ୍ତିତର୍କ ଓ ଠେଲାପେଲା ହେବାରୁ ପୋଲିସ ଲାଠି ଧରି ସେମାନଙ୍କୁ ଘଉଡ଼ାଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଇଟାପଥର ମାଡ଼ କରିବାରୁ ଟାଉନ ଥାନା ଏସ୍‌ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ପୋଲିସ କର୍ମଚାରୀଙ୍କ ଉପରେ ଢେଲା ମାଡ଼ ହୋଇଛି। ସିଟି ଡିଏସ୍‌ପି ଦ୍ୱିବେଦୀ ବୁଝାଶୁଝା କରୁଥିବା ବେଳେ ଆକ୍ରମଣରେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ସୋସିଆଲ ମିଡିଆ ପୋଷ୍ଟରୁ ଭଦ୍ରକରେ ଶାନ୍ତି: ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ,୨୭ା୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ...

ସିନେମା ଷ୍ଟାଇଲ୍‌ରେ ଭିଣୋଇଙ୍କୁ ହତ୍ୟା କଲା ଶଳା, ଆଶ୍ଚର୍ଯ୍ୟ କରିଦେବ ହତ୍ୟା ପଛର କାରଣ…

ରାଉରକେଲା,୨୭ା୯(ସଙ୍ଗୀତା ଜେନା): ରାଉରକେଲା ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମାଲଗୋଦାମ...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

କପିଳାସ ଗଲା ନରହନ୍ତା ହାତୀ

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ ଉତ୍ପାତ ଚଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲାର କପିଳାସକୁ...

ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍‌ଫୁଟ୍‌ରେ ବିଜେଡି

ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ...

ଜେଲରେ ବିଇଓ, ଶିକ୍ଷକଙ୍କୁ ମିଳିପାରୁନି ଦରମା

ଛତ୍ରପୁର,୨୭ା୯(ସନ୍ତୋଷ ପାଢୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୀତାରାମ ପାତ୍ରଙ୍କ ଘରେ ଅଗଷ୍ଟ ୩୧ ତାରିଖରେ ଭିଜିଲାନ୍ସ ଟିମ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri