ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା ଜଣାପଡିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମନ୍ବିତ ଶିଶୁ ବିଭାଗ ତରଫରୁ ଖାଦ୍ୟ ଦିଆଯାଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଙ୍ଗନଓ୍ବାଡି କେନ୍ଦ୍ରରେ ୩୩ ଜଣ ଶିଶୁ ପଢୁଥିବା ବେଳେ ସେମାନଙ୍କ ଦାୟିତ୍ୱରେ ଅଛନ୍ତି ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ ସହାୟିକା । ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା ନେଇ ବିଭାଗୀୟ ଅଧିକାରୀମାନେ କହୁଥିବା ବେଳେ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତିଦିନ ଶିଶୁମାନଙ୍କୁ ଠିକ୍‌ ଭାବରେ ପୁଷ୍ଟିକର ଖାଦ୍ୟ ଦିଆଯାଉ ନଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ସୁପରଭାଇଜର ଓ ଅଧିକାରୀ ତାହାକୁ ଘଣ୍ଟ ଘୋଡାଇବା ସହ ସବୁ ଠିକ୍‌ ଚାଲିଥିବା କହୁଥିଲେ । ବୁଧବାର ଜଣେ ଅଭିଭାବକ ତାହାର ସତ୍ୟତା ଜାଣିବା ପାଇଁ କେନ୍ଦ୍ରକୁ ଯିବାରେ ଯାହା ଦେଖିଲେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ରନ୍ଧା ଯାଇଥିବା ଭାତ ଦେଖିବା ପରେ କେଉଁଠୁ ଚାଉଳ ଆଣି ରୋଷେଇ କରିଛ ବୋଲି ଅଙ୍ଗନଓ୍ବାଡି କର୍ମୀଙ୍କୁ ପଚାରିବାରେ ସେ ଚାଉଳ ଡ୍ରମକୁ ଦେଖାଇଥିଲେ । ସେଥିରେ ଥିଲା କେବଳ ପୋକଖିଆ, ପାଣିରେ ଭିଜି ରହିଥିବା ଫିମ୍ପି ଲଗା ଚାଉଳ । ଏପରି ଚାଉଳ ରୋଷେଇ କରି ଶିଶୁମାନଙ୍କୁ ଦେବା କାରଣ ବିଷୟରେ ସଂପୃକ୍ତ କର୍ମୀ ଗୌରୀ ବେହେରାଙ୍କୁ ପଚାରିବାରେ ଆମ ନିକଟରେ ଅନ୍ୟ କୌଣସି ଭଲ ଚାଉଳ ନଥିବାରୁ ଏହାକୁ ଧୋଇ ଆମେ ରୋଷେଇ କରିଛୁ ବୋଲି ସ୍ବୀକାର କରିଥିଲେ । ଜୁଲାଇ ୨୪ ତାରିଖରେ ୨ କୁଇଣ୍ଟାଲ ଚାଉଳ ଦିଆଯାଇଥିଲା ଏବଂ ତାହା ଶେଷ ହୋଇଯିବା ପରେ ଆଉ ଚାଉଳ ଦିଆଯାଇ ନଥିବା ସେ କହିଥିଲେ । ଏହି ଘଟଣା ପ୍ରଘଟ ହୋଇଯିବା ପରେ ସ୍ଥାନୀୟ ସରପଞ୍ଚ ଅସିତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ନୂଆଗାଁ ସୁପରଭାଇଜର ସଞ୍ଜୁ କହଁର ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ଅଧିକାରୀ ପରିଦର୍ଶନରେ ନ ଆସିବାରୁ ଏପରି ବିଶୃଙ୍ଖଳା ଦେଖାଦେଉଛି । କେବଳ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ର ନୁହେଁ ନୂଆଗାଁ ବ୍ଲକର ଅନେକ କେନ୍ଦ୍ରରେ ଏପରି ନିମ୍ନମାନର ଖାଦ୍ୟ ଦିଆଯାଉଥିଲେ ମଧ୍ୟ କୌଣସି ଅଧିକାରୀ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ସୁପରଭାଇଜରମାନେ କେନ୍ଦ୍ର ପରିଦର୍ଶନରେ ନ ଯାଇ ମଧ୍ୟ ପଛୁଆ ତାରିଖରେ ପରିଦର୍ଶନ ଖାତାରେ ଦସ୍ତଖତ କରୁଥିବା ଅଭିଯୋଗ ହେଉଥିବା ବେଳେ ତାହାର ଏକ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଦାବି ହେଉଛି। ଏ ବିଷୟରେ ନୂଆଗାଁ ସିଡିପିଓ ଦାୟିତ୍ୱରେ ଥିବା ନୟାଗଡ ସିଡିପିଓ ଆରତୀ ତ୍ରିପାଠୀଙ୍କୁ ପଚାରିବାରେ ମୁଁ ଗୁରୁବାର ନୂଆଗାଁ ଯାଇ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri