ଅଜନା ରୋଗ୍‌ରେ ପୀଡ଼ିତ ଅଯୋଧ୍ୟା: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

 

ବିନିକା,୧୧।୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଖଇରମାଲ ଗଁା ଟିକ୍ରାପଡ଼ାର ମାଞ୍ଜୋ ସୁନାକଁର ମାଏକିନା ଅଯୋଧ୍ୟା ସୁନା(୪୮)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ପରିବାର ଲୋକ୍‌ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ପରିବାର ଲୋକ୍‌ ତାକର ଉଚ ଚିକିଛା କରେଇ ନାଇଁପାରବାର।
ସୂଚନା ଅନ୍‌ସାରେ ଖଇରମାଲ ଟିକ୍ରାପଡ଼ାର ମାଞ୍ଜୋ ସୁନା(୫୧)। ପରିବାର କହେଲେ ମାଏକିନା ଅଯୋଧ୍ୟା(୪୮) ଆର ଗୁଟେ ବଲି ଝି’ ବିଳାସିନୀ(୧୫)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ମାଞ୍ଜୋ ଫିଦିନ ସଖାଲ ପାଏଲେ ବାହାଜାଂଗଲ ମାଜଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଆଏଜ୍‌କେ ୧୫ ବଛର ହେଲା ଅଯୋଧ୍ୟା କେହେନ୍‌ସି ଗୁଟେ ଅଜନା ରୋଗ୍‌ ସଂଗେ ଯୁଝୁଛନ୍‌। ମାଞ୍ଜୋ ଅଯୋଧ୍ୟାକୁଁ ଆସରପାସର ଡାକ୍‌ତରଖାନାରେ ଦେଖେଇ ଉଷୋକଷା କଲେ। ହେଲେ କିଛି ଲାଭ୍‌ ନାଇଁହେଲା। ଦିନୁଦିନ୍‌କେ ତାକର ହାତ୍‌ଗୋଡ଼ ସବୁ ଅଚଲ ହେଇଗଲା। ଆଏଜ୍‌କେ ପାଖାପାଖି ୧୦ ବଛର ହେଲା ସେ ଚାଲିବୁଲି ନାଇଁ ପାରବାର। ପୂରାପୂରି ଭିନ୍ନକ୍ଷମ ପାଲଟିଯାଇଛନ୍‌। ଆଗରୁ ସେ ଠିକ୍‌ଠାକ୍‌ ଥିଲେ, କାମବୁତା, ପଲ୍‌ହାଜୁଡ଼ ବି କରୁଥିଲେ। ଘରର ପରିସ୍ଥିତି ଦେଖି ଝି’ ବିଳାସିନୀ ୯ମ ଶ୍ରେଣୀରୁ ପାଠ୍‌ପଢ଼ା ଛାଡ଼ି ମା’ର ସେବାଯତନରେ ଲାଗି ପଡ଼ିଛନ୍‌। ମାଞ୍ଜୋ ପରହରର କାମ୍‌ବୁତା କରି ଦୁଇ ପଏସା ରୁଜଗାର କରୁଥିଲାବେଲେ ଝି’ ବିଳାସିନୀ ଘରର ସବୁ କାମ୍‌ବୁତାନୁ ମା’ର ସେବା କରୁଛନ୍‌। ମାଞ୍ଜୋ କୁଲିମଜୁରି କରି ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଏନ୍‌ତାଥି ସେ ଅଯୋଧ୍ୟାକଁର ଉଚ ଚିକିଛା କରେଇ ନାଇଁପାରବାର ବଲି କହିଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ମାସିକ ପଁଚେତ୍‌ରୁ ମିଲୁଥିବାର ୨୫ କେ.ଜି. ଚାଉଲ ଆର ଭତା ହିସାବେ ଅଯୋଧ୍ୟା ପାଉଥିବାର ୫ଶହ ଟଁକା ଭତା। ଏନ୍‌ତାଥି ଉପେ ଶୂଇନ୍‌ ବାପ୍‌’ ଝି ଅଯୋଧ୍ୟାକଁର ଚିକିଛା ସାହାଯ୍‌ ଲାଜି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଡା.ଦିଲୀପ କୁମାର ପଣ୍ଡାକୁଁ ପଚ୍‌ରାଲାରୁ ଯେତେ ଜଲଦି ହେବା ଥାନୀଅ ସ୍ବାସ୍ଥ୍ୟ ବିଭାଗକେ କହି ଅଯୋଧ୍ୟାକଁର ଚିକିଛା ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ରବୀନ ପଣ୍ଡାକୁଁ ପଚ୍‌ରାଲାରୁ ଥାନୀଅ ସୁଆସ୍‌ତିଅ କରମୀକୁଁ କହି ଅଯୋଧ୍ୟାକଁର ଦିହିପା ବାବ୍‌ଦେ ଖବର ନିଆଯିବା। ସେହିସାବେ ତାକର ଚିକିଛା ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେନଟା ହେବା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri