ନୂଆଦିଲ୍ଲୀ,୧୫।୬: ଗତ ବର୍ଷ ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଡିଲରଶିପ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି ସମସ୍ୟା ଗତବର୍ଷଠାରୁ ବଢିଯିବ ବୋଲି ଆଶଙ୍କା କରାଯାଉଛି। ଅଟୋମୋବାଇଲ ଡିଲର ମହାସଂଘ (ଫାଡା)କହିଛି ଯେ, ମହାମାରୀ ଯୋଗୁ ଡିଲରଶିପଗୁଡିକରେ ନିଯୁକ୍ତି ହ୍ରାସ ହେବାର ଆଶଙ୍କା କରାଯାଉଛି। ଗତବର୍ଷ ମାନ୍ଦାବସ୍ଥା ଲାଗି ଏହି କ୍ଷେତ୍ରରେ ପ୍ରାୟ ୨ ଲକ୍ଷ ନିଯୁକ୍ତି କ୍ଷତିଗ୍ରସ୍ତ ହୋଇଥିଲା। ନିକଟରେ ଫାଡା ଏ ନେଇ ଏକ ସର୍ଭେ ମଧ୍ୟ କରିଥିଲା। ଆଉଟଲେଟଗୁଡିକରେ ଶ୍ରମଶକ୍ତି କମାଇବା ନେଇ ଡିଲରମେମ୍ବରମାନେ ଯୋଜନା ରଖିଛନ୍ତି। ଯଦି ଚାହିଦା ବଢେ ନାହିଁ ତେବେ ନିଯୁକ୍ତି କମିବ ବୋଲି ଫାଡାର ସଭାପତି ଆଶିଷ ହର୍ସରାଜ କାଲେ ମତବ୍ୟକ୍ତ କରିଛନ୍ତି। ଗତ ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହେବାରୁ ମେ ଠାରୁ ଜୁଲାଇ ମଧ୍ୟରେ ୨ ଲକ୍ଷ ନିଯୁକ୍ତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।