ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଟିଦିଅଁ କାମ ଚାଲିଛି। ଚିତ୍ରକର ସାହିରେ ବୁଢା ମହାରଣାଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ଚନ୍ଦନ ଏହି କାମ କରୁଛନ୍ତି। ସେହିପରି ବାସେଳୀ ସାହିରେ ବରିଷ୍ଠ ଚିତ୍ରକର ନାରାୟଣ ମହାରଣା ପଟି କାମରେ ଲାଗିଛନ୍ତି।
ଜ୍ୟେଷ୍ଠ ମାସରେ ମହାପ୍ରଭୁ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡ଼ନ୍ତି। ଏହାପରେ ଠାକୁରମାନେ ଜଗମୋହନରେ ସ୍ବତନ୍ତ୍ର ଭାବେ ନିର୍ମିତ ଅସ୍ଥାୟୀ ଅଣସର ଘରେ ରହନ୍ତି। ଏହି ସମୟରେ ଗୁପ୍ତ ନୀତି ହୋଇଥାଏ। ଠାକୁରମାନଙ୍କ ଦର୍ଶନ ମିଳେ ନାହିଁ। ତେଣୁ ଠାକୁରମାନଙ୍କ ପ୍ରତିନିଧି ସ୍ବରୂପ ପଟିଦିଅଁ ପୂଜା ପାଆନ୍ତି। ଅଣସର ସମୟରେ ପୂଜା ପାଉଥିବାରୁ ଏହାକୁ ଅଣସର ପଟି ମଧ୍ୟ କୁହାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ସ୍ବରୂପ ଯଜ୍ଞନାରାୟଣ, ପ୍ରଭୁ ବଳଭଦ୍ରଙ୍କ ପ୍ରତିନିଧି ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପ୍ରତିନିଧି ଭାବେ ଭୁବନେଶ୍ୱରୀ ପୂଜା ପାଇଥାନ୍ତି।
ବରିଷ୍ଠ ଚିତ୍ରକର ନାରାୟଣ କହନ୍ତି, ସୂତା କପଡ଼ାରେ ଖଡ଼ିଗୁଣ୍ଡ, ଅଠା ମିଶ୍ରିତ ଏକ ମଣ୍ଡ ଲେପନ କରି ପଟି ପ୍ରସ୍ତୁତ କରାଯାଏ। ପଟିକୁ ଖରାରେ ଶୁଖାଯାଏ। ପରେ ଏକ ମସୃଣ ପଥରରେ ପଟି ଘଷାଯାଏ। ପାରମ୍ପରିକ ରୀତିରେ ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ପୋଡ଼ା ଷଢେଇରେ ପ୍ରସ୍ତୁତ ରଙ୍ଗ (ନାଲି, ହଳଦିଆ, ଧଳା, କଳା) ପ୍ରସ୍ତୁତ କରାଯାଏ। ରୁକୁଣା ଏକାଦଶୀଠାରୁ ପ୍ରସ୍ତୁତ ପଟିରେ ରଙ୍ଗ ଦେଇ ପାରମ୍ପରିକ ଶୈଳୀରେ ଚିତ୍ର ଅଙ୍କନ କରାଯାଏ। ଅଣସର ବେଳେ ଶ୍ରୀମନ୍ଦିରରେ ପୂଜିତ ଏହି ପଟିଦିଅଁଙ୍କଠାରୁ ଓଡ଼ିଶାର ପଟଚିତ୍ର ଶିଳ୍ପର ଉତ୍ପତ୍ତି ବୋଲି ଐତିହ୍ୟ ଗବେଷକ ଦେବୀ ନନ୍ଦ ମତବ୍ୟକ୍ତ କରିଛନ୍ତି। ଦେଶ ତଥା ବିଦେଶରେ ଏହି ପଟଚିତ୍ରର ବେଶ୍‌ ଚାହିଦା ରହିଛି।
ପଟିଦିଅଁ (ଅଣସର ପଟି)ଙ୍କ ବିବରଣୀ
ବଳଭଦ୍ର: ଅନନ୍ତ ବାସୁଦେବ ବା ଶେଷନାଗ ଭାବେ ପୂଜିତ। ଦେହ ବର୍ଣ୍ଣ ଶୁଭ୍ର। ନୀଳ ରଙ୍ଗ ବସ୍ତ୍ର, ମୁଣ୍ଡ ଉପରେ ସପ୍ତଫେଣୀ ନାଗ ସହିତ ପଦ୍ମାସନରେ ଉପବିଷ୍ଟ। ପାର୍ଶ୍ୱଦେବତା : ବାମରେ ଇନ୍ଦ୍ର, ଦକ୍ଷିଣରେ ଶିବ। ଆୟୁଧ: ଉପର ବାମହସ୍ତରେ ଶଙ୍ଖ, ଉପର ଦକ୍ଷିଣ ହସ୍ତରେ ଚକ୍ର, ନିମ୍ନ ବାମହସ୍ତରେ ହଳ, ନିମ୍ନ ଦକ୍ଷିଣ ହସ୍ତରେ ମୂଷଳ ରହିଥିବାବେଳେ ବେକରେ ଚମ୍ପାକଢି ମାଳ ଝୁଲିଥାଏ।
ଦେବୀ ସୁଭଦ୍ରା: ଯାଜ୍ଞସେନୀ ବା ଭୁବନେଶ୍ୱରୀ ଭାବେ ପୂଜିତା। ପଦ୍ମାସନରେ ଉପବିଷ୍ଟ। ଦେହବର୍ଣ୍ଣ ହଳଦିଆ, ବସ୍ତ୍ର-ଶୁଭ୍ର ବର୍ଣ୍ଣରେ ସାମାନ୍ୟ ଛିଟା। ପାର୍ଶ୍ୱଦେବୀ: ଜୟା ଓ ବିଜୟା। ଆୟୁଧ : ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମହସ୍ତରେ ବରଦ ମୁଦ୍ରା ଓ ଦକ୍ଷିଣ ତଳ ହସ୍ତରେ ଅଭୟ ମୁଦ୍ରା, ବେକରେ ପଦ୍ମକଢି ମାଳ ରହିଥାଏ।
ଶ୍ରୀଜଗନ୍ନାଥ : ପଦ୍ମାସନରେ ଉପବିଷ୍ଟ। ଏହି ରୂପ ଯଜ୍ଞ ନାରାୟଣ ଭାବେ ପୂଜିତ। ଦେହ ବର୍ଣ୍ଣ କଳା, ବସ୍ତ୍ର-ହଳଦିଆ ରଙ୍ଗ। ପାର୍ଶ୍ୱରେ ସପ୍ତଋଷି ବିଦ୍ୟମାନ। ଆୟୁଧ : ଉପର ବାମ ହସ୍ତରେ ଶଙ୍ଖ, ଦକ୍ଷିଣରେ ଚକ୍ର, ନିମ୍ନ ବାମ ହସ୍ତରେ ଗଦା, ଦକ୍ଷିଣରେ ପଦ୍ମ ଶୋଭା ପାଏ। ବେକରେ ପଦ୍ମମାଳ ରହିଥାଏ।

ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଚଳାଚଳ ହବ୍ ପାଲଟିବ ଓଡ଼ିଶା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୬ା୧: ରାଜ୍ୟକୁ ଭାରତରେ ଏକ ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବରେ ରାଜ୍ୟ ପ୍ରତିଷ୍ଠା ଦିଗରେ ଓଡିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବାଣିଜ୍ୟ...

ରାଇକିଆ ଭାଜପା ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା: କହିଲେ ଭାଜପା ଭରସା କରିଥିବାରୁ …

ରାଇକିଆ,୬।୧(ପ୍ରଦିପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପାର ୧୭ ନମ୍ବର ଜୋନ୍‌ର ମଣ୍ଡଳ ସଭାପତି ଭାବେ ସନ୍ତୋଷ ପାତ୍ରଙ୍କୁ ମନୋନୀତ କରାଯାଇଅଛି । ରାଜ୍ୟ ଭାଜପା ତରଫରୁ...

ଦୀର୍ଘଦିନ ବ୍ୟବଧାନ ପରେ ଗ୍ରୀନବାଡ଼ିରେ ଅବକାରୀ ବିଭାଗର ଚଢ଼ାଉ:ମିଳିଲା…

ଦାରିଙ୍ଗବାଡି,୬।୧(ଅରୁଣ ସାହୁ): ଦୀର୍ଘଦିନ ବ୍ୟବଧାନ ପରେ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗ୍ରୀନବାଡି ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚୋରାମଦ କାରବାର ନେଇ ଅବକାରୀ ବିଭାଗ...

୩ ବର୍ଷ ବିତି ଯାଇଥିଲେ ସୁଧା କାର୍ଯ୍ୟ ସିଖିପାରିଲେ ନାହିଁ ପୌରାଧ୍ୟକ୍ଷା: ଅନାସ୍ଥା ପ୍ରସ୍ତାବ ଆଣିଲେ…

ଭୁବନେଶ୍ୱର,୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିଜେଡି ପୌରାଧ୍ୟକ୍ଷ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ...

ଏଚଏମପିଭି ଭୁତାଣୁ ନେଇ ପରାମର୍ଶ ଜାରି କଲେ ଓଡିଶା ସରକାର

ଭୁବନେଶ୍ୱର,୬।୧: ଭାରତ ସରକାରଙ୍କ ଆଇଡିଏସପି-ଏନସିଡିସି (Integrated Disease Surveillance Programme – National Centre for Disease Cantrol) (IDSP – NCDC) ଦ୍ୱାରା ଏଚଏମପିଭି...

ଓଡ଼ିଶାକୁ ଫେରିଲା ବାର୍ଡ ଫ୍ଲୁ! ଖୋଲା ଖୋଲି ଚାଲିଛି ଚିକେନ୍ ବିକ୍ରି

କୃଷ୍ଣପ୍ରସାଦ,୬।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ): କିଛିଦିନର ବ୍ୟବଧାନ ପରେ ପୁଣି ଓଡିଶାକୁ ଫେରିଛି ବାର୍ଡ ଫ୍ଲୁ। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ବିଭିନ୍ନ କୁକୁଡ଼ା ଫର୍ମରେ...

ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଗ୍ରେସ୍ ମାର୍କ ଦେଲେ ପ୍ରଧାନମନ୍ତ୍ରୀ, କହିଲେ ବଡ଼ କଥା

ଭୁବନେଶ୍ୱର,୬ା୧: ଜାନୁଆରୀ ୬ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନେକ ନେତା ତାଙ୍କୁ...

‘୬ ମାସରେ ଓଡ଼ିଶା ଲକ୍ଷ୍ମୀଛଡ଼ା ହୋଇଗଲାଣି’

ଭୁବନେଶ୍ୱର,୬ା୧: ଦର୍‌ଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ଲୋୟର ପିଏମ୍‌ଜିଠାରେ ୨୫ରୁ ୩୦ ହଜାର ଲୋକଙ୍କୁ ଏକାଠି କରି ଦର ବୃଦ୍ଧି ପ୍ରସଙ୍ଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri