ଅଧପନ୍ତରିଆ ସୁବର୍ଣ୍ଣରେଖା ପ୍ରକଳ୍ପ

ବାରିପଦା ଅଫିସ,୨୭।୭- ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲାରେ ଚାଷକାମ ପଛେଇଛି। ମୌସୁମୀର ଚୁଚକାଳି ଖେଳକୁ ନେଇ ଚାଷୀମାନେ ଆଶା ଆଶଙ୍କାରେ ଅଛନ୍ତି। ତେବେ ଜିଲାରେ ଚାଷ ପାଇଁ କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଦିଗହରା ହୋଇପଡିଛି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜିଲାରେ ନିର୍ମାଣଧିନ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ କାମ ଶେଷ ହେବା ନେଇ ଅନିଶ୍ଚିତତା ଲାଗି ରହିଛି।
ଜିଲାର ୩ ଚର୍ତୁଥାଂଶ ଲୋକ କେବଳ ଚାଷ ଉପରେ ନିର୍ଭର କରିଥାନ୍ତି। ରାଜରାଜୁଡା ଅମଳରୁ ଚାଷ ପାଇଁ ଜଳସେଚନ ବ୍ୟବସ୍ଥାରେ ଅନେକ ବନ୍ଧ ନିର୍ମାଣ କରାଯାଇଥିଲା। ମାତ୍ର ସମୟ କ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଉ ଚାଷୀଙ୍କ କାମରେ ଲାଗିପାରୁ ନାହିଁ। ତେବେ ପଡୋଶୀ ରାଜ୍ୟ ଝାଡଖଣ୍ଡର ଗାଲୁଡିହି ବ୍ୟାରେଜ ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରୁ କେନାଲ ସହାୟତାରେ ପାଣି ଆଣି ମୟୂରଭଞ୍ଜ ଜିଲାର ହଳଦିଆ ଓ ଜମ୍ଭୀରା ବନ୍ଧରେ ଗଚ୍ଛିତ ରଖାଯିବା ଏବଂ କେନାଲ ମାଧ୍ୟମରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ୧ ଲକ୍ଷ ୯ ହଜାର ୬୨୭ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ଯୋଜନା କରାଯାଇଥିଲା। ପ୍ରକଳ୍ପ ଆରମ୍ଭରୁ ଆଗାମୀ ଭବିଷ୍ୟତ ପାଇଁ ବହୁମୁଖି ଚାଷ କାର୍ଯ୍ୟରେ ସହାୟକ ହେବା ସହ ସମଗ୍ର ଜିଲା ଦିନେ ଶସ୍ୟଶାମଳାରେ ପରିପୂର୍ଣ୍ଣ ହେବ ଭାବି ଜିଲାବାସୀ ବେଶ୍‌ ଆଶାବାଦି ଥିଲେ। ମାତ୍ର ଜିଲାବାସୀଙ୍କର ଆଶା କେବଳ ଆଶାରେ ହିଁ ରହିଯାଇଛି। ଡ୍ୟାମ ପାଇଁ ଭିଟାମାଟି ଛାଡ଼ିଥିବା ଚାଷୀ ଓ ଅଞ୍ଚଳବାସୀ ଏବେ ହତାଶ ହୋଇପଡିଛନ୍ତି। ସେମାନଙ୍କର ବିଶ୍ୱାସ ଯେ, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ଏବେ ଜିଲାରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା।
ସୂଚନା ମୁତାବକ ୧୯୮୨-୮୩ ମସିହାରେ ବିଶ୍ୱବ୍ୟାଙ୍କ ସହଯୋଗରେ ଏହି ପ୍ରକଳ୍ପର ସର୍ଭେ ଓ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ପର ମୁହୁର୍ତ୍ତରେ କୌଣସି କାରଣରୁ ବିଶ୍ୱ ବ୍ୟାଙ୍କ ସହଯୋଗ ନ କରିବାରୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ। ତେବେ ୨୦୧୭-୧୮ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ଏହି ପ୍ରକଳ୍ପରେ ରାଜ୍ୟ ସରକାର, ନାବାର୍ଡ ଓ ଏଆଇବିପି ପକ୍ଷରୁ ମୋଟ ୩୯୧୫.୩୯୬୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ନିର୍ମାଣ ହୋଇଥିବା ମୁଖ୍ୟ କେନାଲ ଓ ଶାଖା କେନାଲ ମଧ୍ୟରୁ କିଛି କିଛି ନଷ୍ଟ ହୋଇ ମରାମତି କାର୍ଯ୍ୟରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଛି। ହେଲେ ପ୍ରକଳ୍ପ କାର୍ଯ୍ୟ ଏବେ ବି ଅଧୁରା ରହିଛି। ନାଁ ଆସୁଛି ପାଣି ନାଁ ହୋଇପାରିଛି ଚାଷ ଜମିରେ ଜଳସେଚନ। କୋଟି କୋଟି ଟଙ୍କାରେ ନିର୍ମିତ କେନାଲ ନିଜର ଅସ୍ଥିତ୍ୱ ହରାଇ ବସିଲାଣି। ୧୧୦୦ କି.ମି ଯାଏଁ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଅଦ୍ୟାବଧି ୬୦୦କି.ମି ପର୍ଯ୍ୟନ୍ତ କାମ ହୋଇଥିବା ଜଣାଯାଇଛି ତାହା ପୁଣି ୩୩ ବର୍ଷ ମଧ୍ୟରେ। ତେବେ ଆଉ ୫୦୦କି.ମି. ପାଇଁ କେତେ ବର୍ଷ ଲାଗିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପଟିର କାର୍ଯ୍ୟ ଅବଧି ଦିନକୁ ଦିନ ବଢି ବଢ଼ି ୨୦୧୬ ମସିହାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାର ଯୋଜନା ଥିଲା। ମାତ୍ର ପୁଣି ସରକାରୀସ୍ତରରେ ଏହାର ଅବଧିକୁ ବୃଦ୍ଧି କରାଯାଇ ୨୦୧୯ ଜୁନରେ ପୂର୍ଣ୍ଣାଙ୍ଗ ହେବାର ଧାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି ଏହା ଅନିଶ୍ଚିତତା ମଧ୍ୟରେ ରହିଛି। ୨୦୧୩ ଜୁଲାଇ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଟିକୁ ଉଦଘାଟନ କରି ୫ଟି ବ୍ଲକ୍‌ ପାଇଁ କେବଳ ଖରିଫରେ ମାତ୍ର ୨୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ। ଚଳିତ ବର୍ଷ ବର୍ଷା ଅଭାବରୁ ଜିଲାର କେବଳ କୁଳିଅଣା ଓ ଶୁଳିଆପଦା ବ୍ଲକ୍‌ରେ ମାତ୍ର ୧୧ହଜାର ହେକ୍ଟର ଜମିରେ ଚାଷପାଇଁ ପାଣିର ବ୍ୟବସ୍ଥା ରହିଛି ବୋଲି ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଇଂ. ରବିନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏହି ବୃହତ ପ୍ରକଳ୍ପକୁ ବୁଦ୍ଧିଜୀବୀମାନେ ତାଛଲ୍ୟ କରିବା ସହ ଏହି ପ୍ରକଳ୍ପ ଦ୍ୱାରା କେବଳ ଠିକାଦାର, ବିଭାଗୀୟ ଅଧିକାରୀ ଓ ରାଜନେତା ମାଲେମାଲ ହୋଇଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

ଜେଲ୍‌ ଭିତରକୁ ନେଇଥିଲେ ମୋବାଇଲ, ପରେ…

ବାରିପଦା,୧୪।୯: କାର୍ଯ୍ୟରେ ଥାଇ ମୋବାଇଲ ବ୍ୟବହାର ପଡ଼ିଲା ମହଙ୍ଗା।ଜେଲ ଭିତରେ ମୋବାଇଲ ବ୍ୟବହାର କରି ନିଲମ୍ବିତ ହେଲେ ୱାର୍ଡର। ଏଭଳି ଘଟଣା ଘଟିଛି କରଞ୍ଜିଆ ଉପକାରାଗାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri