ଅନିଶ୍ଚିତତାରେ ଓକିଲ ସଂଘ ନିର୍ବାଚନ

କଟକ ଅଫିସ,୫।୫: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ବାରମ୍ବାର ନିର୍ବାଚନ ସ୍ଥଗିତ ହେବାରେ ଲାଗିଛି। ଆଗାମୀ ଦିନରେ ନିର୍ବାଚନ ହେବ କି ନାହିଁ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସମସ୍ତ ଓକିଲ ସଂଘକୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରିବା ପାଇଁ ସୋମବାର ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ସମ୍ପାଦକ ଜେ.କେ. ସାମନ୍ତସିଂହାରଙ୍କ କହିବାନୁଯାୟୀ, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ପାଇଁ ନିର୍ଦ୍ଦେଶ ମିଳିଛି। ଫଳରେ ପରିଷଦର ସ୍ବତନ୍ତ୍ର କମିଟି ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ ନେଇ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି। ଓକିଲ ସଂଘର ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି କମିଟି ଗଠନ ହେବାକୁ ଥିବାବେଳେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ। କମିଟି ଗଠନ ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ ଓକିଲ ସଂଘଗୁଡ଼ିକ ପାଳନ କରିବା ଆବଶ୍ୟକ। ଆସନ୍ତା ୨୦ ତାରିଖ ସୁଦ୍ଧା ଏହି କମିଟି ଗଠନ କରିବାକୁ ହେବ। ଯଦି କୌଣସି ଓକିଲ ସଂଘ ଏଥିରେ ବିଫଳ ହୁଅନ୍ତି, ତେବେ ଅବଧି ଶେଷ ହେବାର ସାତ ଦିନ ଭିତରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମଧ୍ୟବର୍ତ୍ତିକାଳୀନ କମିଟି ଗଠନ କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ହାଇକୋର୍ଟ ସହ ସମସ୍ତ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୮ ତାରିଖରେ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ଥିର ହୋଇଥିଲା। ହାଇକୋର୍ଟ ସମେତ ସମସ୍ତ ଓକିଲ ସଂଘ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପରି କି ପ୍ରାର୍ଥିପତ୍ର ଦାଖଲ, ଯାଞ୍ଚ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ନିର୍ବାଚନ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ମାର୍ଚ୍ଚ ୨୮ ତାରିଖ ବଦଳରେ ଏପ୍ରିଲ୍‌ ୨୫ ତାରିଖରେ ଭୋଟ୍‌ ଗ୍ରହଣ ହେବ ବୋଲି ସ୍ଥିର କରାଯାଇଥିଲା। କିନ୍ତୁ ଏପ୍ରିଲ୍‌ ୧୫ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଓକିଲ ସଂଘର ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷକଯୁକ୍ତ ଖାଦ୍ୟ ଯୋଗାଇବ ‘ସକ୍ଷମ’ ଅଙ୍ଗନାୱାଡି

ଦାରିଙ୍ଗବାଡି, ୩୦।୯(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ର ନୀଳକନ୍ଦର ସାହି ଏବଂ ସିଆଙ୍ଗବାଲି ଅଙ୍ଗନାୱାଡି କେନ୍ଦ୍ର ପରିସର ମଧ୍ୟରେ ସୋମବାର ପୋଷଣ ଦିବସ ର...

ରାସ୍ତା ପାଲଟିଛି ସମସ୍ୟା: ଖଟିଆରେ ବୁହାହେଲେ ରୋଗୀ

ବାଲିଗୁଡା,୩୦।୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଅନେକ...

ଅଟୋ ଓଲଟି ୭ ଗୁରୁତର

ଭଞ୍ଜନଗର,୩୦।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ପଞ୍ଚାୟତ ତଡ଼ମା ରାସ୍ତାରେ ସୋମବାର ପୂର୍ବାହ୍ନରେ ଏକ ଅଟୋ ଓଲଟି ପଡିଛି। ଏଥିରେ ୭...

ସୁଭଦ୍ରା ଟଙ୍କା ସହ ମିଳିବ ବଡ଼ ପୁରସ୍କାର, ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୩୦।୯: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ସୁଭଦ୍ରା ଆବେଦନକାରୀଙ୍କୁ ଟଙ୍କା ସହ ପୁରସ୍କାର ମଧ୍ୟ ମିଳିବ। ଦ୍ୱିତୀୟ...

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ, ଉପମୁଖ୍ୟମନ୍ତ୍ରୀ କହିଲେ, ବଦନାମ ହେଲୁଣୁ…

ଭୁବନେଶ୍ୱର,୩୦।୯: ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି...

ବଦଳିଲେ ଟୁଇନ ସିଟି କମିଶନର , ନୂତନ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂ

ଭୁବନେଶ୍ୱର,୩୦।୯: ପାର୍ବଣ ପୂର୍ବରୁ ବଦଳିଲେ ଟୁଇନ ସିଟି କମିଶନର । ୧୯୯୮ ବ୍ୟାଚ ବରିଷ୍ଠ ଆଇପିଏସ ସୁରେଶ ଦେବଦତ୍ତ ସିଂ ନୂତନ କମିଶନର ଭାବେ ସୋମବାର...

ବିଜେଡିରେ ହଲଚଲ! ନବୀନଙ୍କ ବଡ଼ ଆକ୍ସନ…

ଭୁବନେଶ୍ୱର,୩୦।୯: ବିଜେଡି କଳି ଏବେ ତେଜିବାରେ ଲାଗିଛି। ବିଜେଡି କଳି ଉଗ୍ର ରୂପ ନେବା ପରେ ବିଜେଡି ସୁପ୍ରିମୋ ଆକ୍ସନ ନେଇଛନ୍ତି। ଏନେଇ ୪ ଜଣଙ୍କୁ...

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri