ଅନିୟମିତତାରେ ଚାଲିଛି ଆର୍‌ଡବ୍ଲୁଏସ୍‌ଏସ୍‌ କାର୍ଯ୍ୟାଳୟ: ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ, ଜାଣିଶୁଣି କାର୍ଯ୍ୟାଳୟର ସିସି ଟିଭି କେମେରା ଅଚଳ

ଦେବଗଡ଼, ୧୨ା୧(ଡି.ଏନ.ଏ.) -ଦେବଗଡ଼ ସହର ପୁରୁଣାଗଡ କଲେଜ ରୋଡସ୍ଥିତ ଆର୍‌ଡବ୍ଲୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା ପାଆନ୍ତି ନାହିଁ। ଜଳଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଲୋକେ କର୍ମଚାରୀଙ୍କ ଦେଖାପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଲୋକେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଚାର୍ହିଲେ ମଧ୍ୟ ଦେଖାପାଆନ୍ତି ନାହିଁ। ସେ ମଧ୍ୟ ଠିକ ଅଫିସ୍‌ ଆସୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଖବର ନେବାରେ ଜଣାଯାଇଛି ଯେ, ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଠିକ୍‌ ଭାବେ ଆସୁ ନ ଥିବାରୁ ଇଛାଅନୁସାରେ ଚାଲିଛି ଅଫିସ। କେହି କେହି କର୍ମଚାରୀ ୩ ରୁ ୪ ଦିନରେ ଥରେ ଆସି ଉପସ୍ଥାନ ଦସ୍ତଖତ କରୁଥିବା ଜଣାପଡିଛି। ଫିଲ୍‌ଡ଼ କାମରେ ବାହାରକୁ ଯିବାକୁ ପଡ଼ୁ ଥିବାରୁ ଅଫିସ ଆସି ହେଉନାହିଁ ବୋଲି କେତେଜଣ କର୍ମଚାରୀ ବାହାନା କରୁଛନ୍ତି। ଏହି ଅଫିସର ସିସି ଟିଭି କେମେରା ଦୀର୍ଘମାସ ହେବ ବନ୍ଦ ହୋଇ ପଡିଛି। ଫଳରେ ଅନିୟମିତତା, ନିୟମିତ ଅଫିସ ନ ଆସିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ଏହା କେମିତି ଖରାପ ହେଲା, ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ କି ଜାଣିଶୁଣି କି ବନ୍ଦ କରାଯାଇଛି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ। ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିବା କଥା। କିନ୍ତୁ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର ଅଧିକାରୀ ବହୁବାର ଅନୁପସ୍ଥିତ ରହୁଥିବା ଜଣାପଡିଛି। ଫଳରେ ବିଭାଗୀୟ ଏସ୍‌ଡିଓ ଉପସ୍ଥିତ ହୋଇ କାମ ଚଳାଇ ଦେଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉକ୍ତ ଅଫିସରେ ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବାରୁ ଉକ୍ତ କାର୍ଯ୍ୟ ପାଇଁ ଠିକାଦାରଙ୍କଠାରୁ ମୋଟାଅଙ୍କର ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ଫଳରେ ଜଳଯୋଗାଣ ପ୍ରକଳ୍ପ ନିମ୍ନମାନର ହେଉଛି। ଫଳରେ ପାଣି ଯୋଗାଣର ଅଳ୍ପ ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ବର୍ତ୍ତମାନ ଜିଲାର କେତେକ ପ୍ରକଳ୍ପ କାମ ଚାଲିଥିବା ବେଳେ କେତେକ ଅଚଳ ହୋଇପଡିଛି। ଏ ସମ୍ପର୍କରେ ଦେବଗଡ଼ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ଦାଶ କୁହନ୍ତି, ସେ ସବୁଦିନ ଅଫିସ ଆସୁଛନ୍ତି। ସିସି ଟିଭି କେମେରା ଖରାପ ହେବା କଥା ଜାଣିନାହାନ୍ତି। ଖରାପ ଥିଲେ ଠିକ କରାଯିବ ବୋଲି କହିଥିଲେ। ଏପଟେ ଏସ୍‌ଡିଓ ସତ୍ୟଜିତ ସାହୁ କହିଛନ୍ତି, ମୋତେ ଯେଉଁ ଦାୟୀତ୍ୱ ମିଳିଲେ କରିଥାଏ। ଜିଲାପାଳଙ୍କ ଜନଶୁଣାଣିକୁ ନିର୍ବାହୀ ଯନ୍ତ୍ରୀ ନ ଗଲେ ମୁଁ ଯାଇଥାଏ ବୋଲି କହିବା ସହ ସିସି କେମେରା ଠିକ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟାଳୟ ସମ୍ପର୍କରେ ଓ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରକଳ୍ପ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଟପିଲା ୮ ସହର ତାପମାତ୍ରା, ୪୧.୮ ରେ ଜଳିଲା ବୌଦ୍ଧ

ଭୁବନେଶ୍ୱର,୩୦।୩: ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଠଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି।...

ଥାନା ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଅଭିଯୁକ୍ତଙ୍କୁ ଛଡ଼ାଇନେଲେ

କୋରେଇ,୩୦।୩(ଚନ୍ଦ୍ରକାନ୍ତ ପତି): ଚୋରି ବାଇକ୍‌କୁ ଜବତ କରିବାକୁ ଯାଇଥିବା ଯାଜପୁର ଜିଲା କୋରେଇ ଥାନା ପୋଲିସ ଟିମ୍‌କୁ ପୂର୍ବକୋଟ ତେଲେଙ୍ଗା ବସ୍ତିର ଲୋକମାନେ ଆକ୍ରମଣ କରିବା...

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।...

ମହା ଆଡ଼ମ୍ବରରେ ପାଳନ ହେବ ଓଡ଼ିଆ ନବବର୍ଷ, ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୦।୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ...

ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍...

କୋଏଲ ନଦୀରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

ରାଉରକେଲା,୩୦।୩(ସଙ୍ଗୀତା ଜେନା):ରାଉରକେଲା ବିଶ୍ରା ଥାନା ଅଧୀନ କୋଏଲ ନଦୀ କାରକାଟା ଘାଟରେ ରବିବାର ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image