ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଉପରେ ମୁହଁ ଖୋଲି ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗୋଟିଏ ଦିନ ପରେ ମଙ୍ଗଳବାର ନିଜର ମତପୋଷଣ କରିଥିଲେ। ମାତ୍ର ରାହୁଲଙ୍କ ମନ୍ତବ୍ୟ ନିଜ ପାଇଁ ମହଙ୍ଗା ପଡ଼ିଛି। ଏହାଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ରାହୁଲ କହିଥିଲେ। ତେବେ ସୋସିଆଲ ମିଡ଼ିଆରେ ଏହି ମନ୍ତବ୍ୟକୁ ନେଇ ରାହୁଲ ଟ୍ରୋଲ୍ ହେବାରେ ଲାଗିଛନ୍ତି। କେତେକ ଅନୁଚ୍ଛେଦ ୩୭୦ ଉପରେ ରାହୁଲଙ୍କର କୌଣସି ଧାରଣା ନ ଥିବା କହିଥିବାବେଳେ ଅନ୍ୟ କିଛି କଂଗ୍ରେସ ସମୟରେ ଜମ୍ମୁ-କଶ୍ମୀରରେ ହୋଇଥିବା ହତ୍ୟାକାଣ୍ଡ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଦଳର ସଦସ୍ୟ କାହିଁକି ଚୁପ୍ ବସିଥିଲେ ବୋଲି ପ୍ରଶ୍ନ କରିଛନ୍ତି।