Posted inଜାତୀୟ

ଅନୁପସ୍ଥିତ ଏମ୍‌ପିଙ୍କୁ ମିଳିବନି ପ୍ରଶ୍ନ ପଚାରିବା ସୁଯୋଗ

ନୂଆଦିଲ୍ଲୀ,୪ା୧୨(ପି.ଟି.): ପ୍ରଶ୍ନୋତ୍ତର କାଳରେ ଯେଉଁ ଏମ୍‌ପିମାନେ ପ୍ରଶ୍ନ ପଚାରିବାକୁ ନାଁ ଦେଉଛନ୍ତି, ସେମାନେ ଅନୁପସ୍ଥିତ ରହିଲେ ଅଧିବେଶନର ଅବଶିଷ୍ଟ ସମୟରେ ପ୍ରଶ୍ନ ପଚାରିବାକୁ ସେମାନଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ଘୋଷଣା କରିଛନ୍ତି। ଶିବସେନା ଏମ୍‌ପି ପ୍ରତାପରାଓ ଗଣପତରାଓ ଯାଦବ ରସାୟନ ଓ ସାର ମନ୍ତ୍ରଣାଳୟ ସମ୍ପର୍କରେ ପ୍ରଶ୍ନ ପଚାରିବାକୁ ନାଁ ଦେଇ ଅନୁପସ୍ଥିତ ରହିବାରୁ ବାଚସ୍ପତି ଏଭଳି ରୁଲିଂ ଜାରି କରିଥିଲେ। ଭାଜପା ଏମ୍‌ପିମାନେ ଅନୁପସ୍ଥିତ ରହୁଥିବା ପ୍ରସଙ୍ଗ ମଙ୍ଗଳବାର ସଂସଦୀୟ ଦଳ ବୈଠକରେ ଉଠିଥିଲା। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ସମ୍ପର୍କରେ ବରିଷ୍ଠ ନେତା ରାଜନାଥ ସିଂ ଜଣାଇଥିଲେ। ନାଗରିକତା (ସଂଶୋଧନ) ବିଲ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବାକୁ ଥିବାରୁ ବହୁସଂଖ୍ୟାରେ ଉପସ୍ଥିତ ରହିବାକୁ ରାଜନାଥ ଦଳୀୟ ସଦସ୍ୟମାନଙ୍କୁ କହିଥିଲେ।
ପ୍ରୋସିଡିଂ ପ୍ରତି ଧ୍ୟାନ ଦେଇ ନ ଥିବା କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ୍‌ ଡାନ୍‌ଭେଙ୍କ ଉପରେ ବାଚସ୍ପତି ବିରକ୍ତି ପ୍ରକାଶ କରିଥିଲେ। ଶିବସେନା ସଦସ୍ୟ ହେମନ୍ତ ତୁକାରାମ ଗଡସେଙ୍କ ପ୍ରଶ୍ନକୁ ଶୁଣି ନ ଥିବା ଖାଉଟି ବ୍ୟାପାର ମନ୍ତ୍ରୀ ଡାନ୍‌ଭେ ତାଙ୍କୁ ପୁଣି ଥରେ ପ୍ରଶ୍ନ ପଚାରିବାକୁ କହିବାରୁ ବାଚସ୍ପତି ଧ୍ୟାନର ସହ ପ୍ରଶ୍ନ ଶୁଣିବାକୁ କହିଥିଲେ। ଗଡସେଙ୍କୁ ଦ୍ୱିତୀୟ ଥର ସମାନ ପ୍ରଶ୍ନ ନ ପଢ଼ିବାକୁ ମଧ୍ୟ ବାଚସ୍ପତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ, ଆମେରିକାରୁ ଝିଅର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା

ନୂଆଦିଲ୍ଲୀ,୨୭ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ୯୨ ବର୍ଷ ବୟସରେ ହୋଇଛି। ଗୁରୁବାର ସେନାଧ୍ୟରେ ତାଙ୍କର ଛତା ଚାଲିଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ...

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ...

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌...

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍‌ଏସିରେ କରୁଛି ଏମିତି କାମ

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ...

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୨୭ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ...

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

ସେହି ୪ ଘଟଣା, ଯେବେ ଅପମାନର ବିଷ ପିଇ ବି ଦେଶ ପାଇଁ କାମ କରି ଚାଲିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୧୨: ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂଙ୍କର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ୯୨ ବର୍ଷ ବୟସ୍କ ମନମୋହନ ବାର୍ଦ୍ଧକ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri