Posted inଜାତୀୟ

ଅନୁପ୍ରବେଶ ଅପେକ୍ଷାରେ ୫୦୦ ଆତଙ୍କବାଦୀ

ଚେନ୍ନାଇ,୨୪ା୯: ଜମ୍ମୁ-କଶ୍ମୀରରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ଲାଗି ପାକିସ୍ତାନ ଜୋରଦାର ଉଦ୍ୟମ ଚଳାଇଛି। ସୀମା ଅତିକ୍ରମ କରି ଉପତ୍ୟକାରେ ଅନୁପ୍ରବେଶ କରିବା ଲାଗି ପ୍ରଶିକ୍ଷଣପ୍ରାପ୍ତ ୪୫୦ରୁ ୫୦୦ ଆତଙ୍କବାଦୀ ଏଲ୍‌ଓସି ଆରପଟେ ଲଞ୍ଚ୍‌ପ୍ୟାଡଗୁଡ଼ିକରେ ଅପେକ୍ଷା କରି ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ କେତେଜଣ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ବାଲାକୋଟ ଶିବିରରେ ତାଲିମ ପାଇଥିବା ଏକ ସୂତ୍ରରୁ ଜଣାପଡିଛି। ଏହି ସୂଚନା ମିଳିବା ପରେ ସୀମାନ୍ତରେ ସୁରକ୍ଷା ବଳକୁ ହାଇ ଆଲର୍ଟରେ ରଖାଯାଇଛି। ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯବାନମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।
ଗୋଇନ୍ଦା ସୂଚନା ଅନୁଯାୟୀ ପାକିସ୍ତାନ ପାର୍ଶ୍ୱ ଲିପା ଉପତ୍ୟକାରେ ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ବିଭିନ୍ନ ପ୍ରମୁଖ ସହରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଲାଗି ସେମାନେ ଲକ୍ଷ୍ୟ ରଖିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ଲାଗି ପାକିସ୍ତାନ ଉଦ୍ୟମ ଚଳାଇଥିବାରୁ ସେଠାରେ ଅଶାନ୍ତିର ବାତାବରଣ ସୃଷ୍ଟି ଲାଗି ଯୋଜନା କରିଛି।
ପାକିସ୍ତାନ ସୀମା ବାଲାକୋଟରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍‌ କରି ଧ୍ୱଂସ କରିଥିବା ଆତଙ୍କବାଦୀ ଶିବିର ଏବେ ପୁଣି ସକ୍ରିୟ ହୋଇଉଠିଥିବା ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ କହିଛନ୍ତି। ସୋମବାର ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀକୁ ଉଦ୍‌ଘାଟନ କରିବା ପରେ ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ଯେ କୌଣସି ଆତଙ୍କବାଦୀ କାର୍ଯ୍ୟ କିମ୍ବା ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ଲାଗି ସେନା ସର୍ବଦା ସତର୍କ ରହିଛି। ଯଦି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ କଡ଼ା ଜବାବ୍‌ ଦିଆଯିବ ବୋଲି ସେନାଧ୍ୟକ୍ଷ ପ୍ରକାଶ କରିଛନ୍ତି।
ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଆତଙ୍କବାଦୀ ଧମକଚମକ ଦେଉଛନ୍ତି। ଲୋକଙ୍କୁ ଭୟ ଦେଖାଇ ସ୍ଥିତି ବିଗାଡ଼ିବାକୁ ଚାହୁଁଛନ୍ତି। ଏହା କେବେହେଲେ ସଫଳ ହେବାକୁ ଦିଆଯିବନି। ସେଠାରେ ଲାଗିଥିବା କଟକଣାକୁ ଧୀରେଧୀରେ ହଟାଯିବ ଓ ପରିସ୍ଥିତି ସ୍ବାଭାବିକ କରାଯିବ।

ପାର୍ବଣ ଋତୁରେ ଆକ୍ରମଣ ଆଶଙ୍କା

ଗତ ୨ ମାସ ମଧ୍ୟରେ ଭାରତ ଭିତରକୁ ପ୍ରାୟ ୬୦ ଆତଙ୍କବାଦୀ ପଶିଛନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ପାର୍ବଣ ଋତୁର ଫାଇଦା ନେଇ ଆତଙ୍କବାଦୀ ଯେକୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିପାରନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏବେବି ୪ରୁ ୫ ଲଞ୍ଚପ୍ୟାଡ୍‌ ସୀମାରେ ସକ୍ରିୟ ରହିଛି। ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ଉସୁକାଇବାରେ ଲାଗିଛି। ତେଣୁ ପାର୍ବଣ ସମୟରେ ସତର୍କ ରହିବା ଲାଗି ଗୋଇନ୍ଦା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri