ଅନ୍ଧାରରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଭବିଷ୍ୟତ ବର୍ତ୍ତମାନ ଅନ୍ଧାରକୁ ଠେଲି ହୋଇଯାଇଛି। ମହାବିଦ୍ୟାଳୟର ୩୮୦ ଛାତ୍ରୀଛାତ୍ର ବର୍ତ୍ତମାନ ରାଜରାସ୍ତାରେ। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗ ଷ୍ଟାଡ଼ିୟମ ପରିସରରୁ ଏହି ଶିକ୍ଷାନୁଷ୍ଠାନକୁ ହଟାଇ ଦିଆଯିବା ପରେ ପ୍ରତିବାଦ ଦେଖାଦେଇଛି। ସୋମବାର ଅଭିଭାବକ ମହାସଂଘ ଓ ଛାତ୍ରୀଛାତ୍ରମାନେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶାସନ ସଚିବଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ପାହାଳ ନିକଟସ୍ଥ ଜୋହଳରେ ଥିବା ଆପେକ୍ସ ଇଞ୍ଜିନିୟରିଂ କଲେଜକୁ ଏହି ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରାଯାଇଛି। ଅନୁଷ୍ଠାନର ପାଖାପାଖି ୮୦% ସରଞ୍ଜାମ ଆପେକ୍ସ କଲେଜକୁ ସ୍ଥାନାନ୍ତରିତ ହୋଇସାରିଛି। ବାର୍ଷିକ ୭୦ ଲକ୍ଷ ଟଙ୍କା ଭଡ଼ା ସୂତ୍ରରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆଜିକୁ ୩ ମାସ ହେଲା ଏଠାରେ ଅଧ୍ୟୟନରତ ୩୮୦ ଛାତ୍ରୀଛାତ୍ର ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କ୍ଲାସ କରିପାରୁ ନାହାନ୍ତି ଓ ଏକ ସନ୍ଦିହାନୀ ଅବସ୍ଥାରେ ଅଛନ୍ତି। କାରଣ ଯେଉଁ ଆପେକ୍ସ କଲେଜରେ ଏହି ଶିକ୍ଷାନୁଷ୍ଠାନ ଚାଲିବ ବୋଲି ନିଷ୍ପତ୍ତି ହୋଇଛି, ସେଠାରେ ଆବଶ୍ୟକୀୟ ଗୃହ, ଖେଳ ପଡ଼ିଆ ଓ ଆନୁସଙ୍ଗିକ ଭିତ୍ତିଭୂମି ନାହିଁ। ଅନ୍ୟପଟେ ଅଭିଭାବକମାନେ ଏହି ପରିପ୍ରେକ୍ଷୀରେ ନିଜ ପିଲାମାନଙ୍କ ଭବିଷ୍ୟତକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଯଥାଶୀଘ୍ର ଏହାର ସମାଧାନ କରି ଆସନ୍ତା ୭ଦିନ ମଧ୍ୟରେ କୌଣସି ଲଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେ କହିଛନ୍ତି, ବିଭାଗୀୟ ସଚିବ ବିଶାଳ ଦେବଙ୍କ ମନୋମୁଖୀ ଓ ଦାୟିତ୍ୱହୀନ ନିଷ୍ପତ୍ତି ଯୋଗୁ ଆଜି ଏହି ଅନୁଷ୍ଠାନରେ ସଙ୍ଗିନ ପରିସ୍ଥିତ ସୃଷ୍ଟି ହୋଇଛି। ବିନା କୌଣସି ସରକାରୀ ଚୁକ୍ତିନାମାରେ ଏତେ ବଡ଼ ନିଷ୍ପତ୍ତି କିପରି ହେଲା। କିଏ ଏବଂ କେଉଁ ନ୍ୟସ୍ତସ୍ବାର୍ଥରେ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଏଠାରୁ ସ୍ଥାନାନ୍ତର କଲା। ସରକାରଙ୍କ ତହବିଲ୍‌ରୁ ଏତେ ପରିମାଣର ଅର୍ଥ କାହିଁକି ଅଯଥାରେ ଖର୍ଚ୍ଚ କରିବାର ନିଷ୍ପତ୍ତି ନିଆଗଲା। ଯଦି ସରକାର ହକି ପାଇଁ ୩ ମାସ ମଧ୍ୟରେ ସବୁ ଭିତ୍ତିଭୂମି ଯୋଗାଇ ପାରୁଛନ୍ତି, ତେବେ ପିଲାଙ୍କୁ ମୂଳ ଶାରୀରିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସହାୟକ ହେଉଥିବା ଏହି ଅନୁଷ୍ଠାନକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଅଭିଭାବକ ମହାସଂଘ ପ୍ରଶ୍ନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri