Posted inଖେଳ

ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା

କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍‌ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ ଶୃଙ୍ଖଳାଗତ କାରଣରୁ ବେଙ୍ଗଲ ଦଳରୁ ସେ ବାଦ୍‌ ପଡ଼ିଥିଲେ। ଆସନ୍ତା ସିଜନରେ କିନ୍ତୁ ସେ ଏକ ନୂଆ ଟିମ୍‌ରେ ଯୋଗଦାନ ସହ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ଉତ୍ପଳ ଚାଟାର୍ଜୀଙ୍କ ପରେ ଦିଣ୍ଡା ହେଉଛନ୍ତି ବେଙ୍ଗଲର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ବୋଲିଂ କୋଚ୍‌ ରଣଦେବ ବୋଷଙ୍କ ସହିତ ବଚସା ଯୋଗୁ ସେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କୁ ଦଳର ବିଦା ହେବାକୁ ପଡ଼ିଥିଲା। ବେଙ୍ଗଲ ଗତବର୍ଷ ୧୩ ବର୍ଷରେ ପ୍ରଥମ ଥର ରଣଜୀ ଟ୍ରଫିରେ ରନର୍ସଅପ୍‌ ହୋଇଥିଲା। ଦିଣ୍ଡା ଏକ ସାକ୍ଷାତ୍‌କାର ବେଳେ କହିଛନ୍ତି, ସେ ଇତିମଧ୍ୟରେ କେତୋଟି ଦଳ ସହିତ କଥାବାର୍ତ୍ତା କରି ସାରିଛନ୍ତି। ସେ ଖୁବ୍‌ଶୀଘ୍ର ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି)ଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ପାଇଁ ଆବେଦନ କରିବେ। ଦିଣ୍ଡା ୧୧୬ଟି ପ୍ରଥମଶ୍ରେଣୀ କ୍ରିକେଟ ଖେଳି ସେଥିରେ ୪୨୦ ଉଇକେଟ ଅକ୍ତିଆର କରିଛନ୍ତି। ସେ କହିଛନ୍ତି ଆଜିକାଲି ସବୁଠାରେ ପକ୍ଷପାତିତା ଓ ରାଜନୀତି ଚାଲିଛି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହାର ଶିକାର ହୋଇ ପରଲୋକଗମନ କରିଛନ୍ତି। ହେଲେ ମୁଁ ମାନସିକ ସ୍ତରରେ ସୁଦୃଢ। ମୋ ମନୋବଳକୁ କେହି ଭାଙ୍ଗି ପାରିବେ ନାହିଁ। ଅନ୍ୟ କେତେକ ରାଜ୍ୟରୁ ଖେଳିବା ଲାଗି ମୋତେ ଅଫର ଆସିଛି। ସେମାନଙ୍କ ସହିତ ମୁଁ ଆଲୋଚନା ମଧ୍ୟ କରିଛି। ହେଲେ ଆସନ୍ତା ସିଜନରେ ମୁଁ କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରିବି ତାହା ଚୂଡ଼ାନ୍ତ କରି ନାହିଁ ବୋଲି ଭାରତ ତରଫରୁ ୧୩ ଅନ୍ତର୍ଜାତୀୟ ଦିନିକିଆ ଓ ୯ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା ଦିଣ୍ଡା କହିଛନ୍ତି। ୯୧ଟି ମ୍ୟାଚରେ ୩୧୭ ପ୍ରଥମଶ୍ରେଣୀ ଉଇକେଟ ଅକ୍ତିଆର କରିଥିବା କୋଚ୍‌ ବୋଷ୍‌ଙ୍କୁ ଦିଣ୍ଡା ସର୍ବସାଧାରଣରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଆଚରଣ ପାଇଁ ଦିଣ୍ଡା କ୍ଷମାପ୍ରାର୍ଥନା ପାଇଁ ମନା କରିଦେଇଥିଲେ ବରଂ ବୋଷ୍‌ ଟିମ୍‌ରେ ବିଭାଜନ ସୃଷ୍ଟିି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri