ଅନ୍ୟ ଲାଗି ପ୍ରେରଣା ସାଜିଛନ୍ତି ସୁଲଣର ଯୁବଗୋଷ୍ଠୀ

ହାଟଡିହୀ, ୧୦।୧୨(ଡି.ଏନ.ଏ.)- ସମାଜସେବା କରିବା ସକାଶେ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରି ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ଉମାକାନ୍ତ। ସେ ନିଜ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏକାଠି ନିଜ ଗ୍ରାମ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣରେ ମା’ ତାରିଣୀ ସେବା ସଂସ୍ଥାନ ନାମରେ ଏକ ସଂଗଠନ ଗଢିଛନ୍ତି। ଏହି ସଂସ୍ଥା ଜରିଆରେ ସେ ଗରିବ ଓ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ ଭଳି ବିଭିନ୍ନ କାର୍ଯ୍ୟ କରୁଛନ୍ତି। ନିଜ ଗାଁ ସମେତ ଆଖପାଖ ଅଞ୍ଚଳକୁ ସବୁଜିମା ମଣ୍ଡିତ କରିବା ଲକ୍ଷ୍ୟରେ ଆଗକୁ ଆଗକୁ ପାଦ ବଢାଇ ଚାଲିଛନ୍ତି ଏହି ଯୁବ ଗୋଷ୍ଠୀ । ସେମାନେ ଗରିବ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନା ନେଇ ଜରୁରିକାଳୀନ ଚିକତ୍ସାସେବା ଯୋଗାଇବା ସହ ନିୟମିତ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ଆଗାମୀ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ସେବାମୂଳକ କାର୍ଯ୍ୟ ଜାରି ରଖିବା ସକାଶେ ଏହି ଯୁବଗୋଷ୍ଠୀ ସଙ୍କଳ୍ପ ନେଇ ଆଖପାଖ ଗାଁର ଯୁବଗୋଷ୍ଠୀ ଲାଗି ପ୍ରେରଣା ସାଜିଛନ୍ତି।
ସେବା କାର୍ଯ୍ୟ କଲେ ଯେଉଁ ଆତ୍ମସନ୍ତୋଷ ମିଳେ, ସେଭଳି ଆନନ୍ଦ ଆଉ କେଉଁଥିରୁ ମିଳେନି । ବର୍ତ୍ତମାନର ଯୁବଗୋଷ୍ଠୀ ଚାକିରି ପଛରେ ଗୋଡାଇ ସେବାମୂଳକ କାର୍ଯ୍ୟରୁ ଦୂରେଇ ରହୁଛନ୍ତି, ଯାହାକି ଏକ ବିଡମ୍ବନା। ସେ ଛାତ୍ର ଜୀବନରୁ ସେବାକାର୍ଯ୍ୟ କରିବା ଲାଗି ସଙ୍କଳ୍ପ ନେଇ ପରେ ଅନ୍ୟମାନଙ୍କୁ ପ୍ରଭାବିତ କରି ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ସହ ଗରିବ ଲୋକଙ୍କୁ ସହାୟତା କରି ଆସୁଛନ୍ତି। ସରକାରୀ ସହାୟତାକୁ ଅପେକ୍ଷା ନ କରି ସେମାନେ ନିଜ ଚେଷ୍ଟାରେ ଏହି କାର୍ଯ୍ୟ କରୁଛନ୍ତି। ଛାତ୍ର ଜୀବନରୁ ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିବା ଉମାକାନ୍ତ ଏହି ସୂଚନା ଦେଇ କହିଛନ୍ତି, ଜଣେ ଅସହାୟ ବୃଦ୍ଧ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବା ସେ ଦେଖି ବ୍ୟଥିତ ହୋଇଥିଲେ। ଏହା ତାଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରିଥିଲା। ସେବେ ଠାରୁ ସେବା, ବୃକ୍ଷରୋପଣ ଓ ରକ୍ତଦାନକୁ ସେ ନିଜ ଜୀବନର ଲକ୍ଷ୍ୟ ବୋଲି ବାଛି ନେଇଛନ୍ତି।
କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ଗ୍ରାମର କୃଷ୍ଣଚନ୍ଦ୍ର ରାଉତଙ୍କ ପୁଅ ଉମାକାନ୍ତ। ବୟସ ୨୬ ବର୍ଷ ହେବ। ଭଦ୍ରକ ବିଏନଏମଏ ମହାବିଦ୍ୟାଳୟରୁ ଯୁକ୍ତ ୩ ବାଣିଜ୍ୟ ପାସ୍‌ କରି ୨୦୧୪ରୁ ଡାକ ବିଭାଗ ଅଧୀନରେ କାର୍ଯ୍ୟ କରୁଛନ୍ତି। ଚାକିରି ତାଙ୍କ ବୃତ୍ତି ହେଲେ ବି ସେ ଅବସର ସମୟକୁ ସମାଜସେବା କାର୍ଯ୍ୟରେ ଲଗାଇଆସୁଛନ୍ତି। ନିଜ ଗାଁ ଅନୁଷ୍ଠାନ ବ୍ୟତୀତ ସେ ପ୍ରାୟ ୩୦ଟି ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଛନ୍ତି। ନିଜ ଗ୍ରାମ ସଂଗଠନ ଜରିଆରେ ଅଦ୍ୟାବଧି ସେ ଦୁଇ ଶହରୁ ଅଧିକ ଅସହାୟ ଗରିବଙ୍କୁ ଆନନ୍ଦପୁର, କେନ୍ଦୁଝର, କଟକ, ଭୁବନେଶ୍ୱର ପ୍ରଭୃତି ସ୍ଥାନର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ପରିବେଶରେ ସନ୍ତୁଳନ ରକ୍ଷା ସହ ପ୍ଲାଷ୍ଟିକ୍‌ ମୁକ୍ତ ସମାଜ ଗଠନ ଲାଗି ତାଙ୍କ ସଙ୍ଗଠନ ସଚେତନତା ସୃଷ୍ଟି କରୁଛି। ଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବୃକ୍ଷରୋପଣ ଲାଗି ଉତ୍ସାହିତ କରିବା ସହିତ ବିଭିନ୍ନ ଗ୍ରାମକୁ ଯାଇ ଯୁବପିଢିଙ୍କୁ ଏଥିଲାଗି ଉତ୍ସାହିତ କରୁଛନ୍ତି। ଅଦ୍ୟାବଧି ସେମାନେ ବିଭିନ୍ନ ସ୍ଥାନରେ ୨ ଶହରୁ ଅଧିକ ବୃକ୍ଷରୋପଣ କରି ସେଗୁଡିକର ଯତ୍ନ ନେଉଛନ୍ତି। ମା’ ତାରିଣୀ ସେବା ସଂସ୍ଥାନର ସମସ୍ତ ସଦସ୍ୟ ଏଭଳି ସମାଜସେବା କାର୍ଯ୍ୟ ଲାଗି ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଜିଲା ବ୍ୟତୀତ ବାହାର ଜିଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ଏଥିଲାଗି ଉମାକାନ୍ତଙ୍କୁ ମଳିଛି ବହୁ ସମ୍ବର୍ଦ୍ଧନା ଓ ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଦୁଃଖଦ: ବୁଡ଼ି ଯାଉଥିଲେ ବାପା, ଉଦ୍ଧାର କରିବାକୁ ପୋଖରୀକୁ ଡେଇଁ ପଡ଼ିଲେ ଦୁଇ ପୁଅ, ହେଲେ…

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଟାଙ୍ଗରାଣୀ ଗାଁରେ ପୋଖରୀରେ ବୁଡି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

ମାଗଣା ଚକ୍ଷୁ ଚିକିତ୍ସା ସହ ସ୍ବାସ୍ଥ୍ୟ ସେବା ଶିବିର

ପାଟଣା,୨୦।୪,(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେଗେନା ଠାରେ ରବିବାର ଇଣ୍ଡିଆନ ବାଇ ବାର୍ଥ ଫାଉଣ୍ଡେସନ ଏବଂ କେନ୍ଦୁଝର ସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟର...

ଭାଜପାର ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ, ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୧୯ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ଭାଜପା ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ ଶନିବାର ଅପରାହ୍ନ ୨ଟାରେ ତୁରୁମୁଙ୍ଗା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ...

ଘଟଗାଁ ମା’ ତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟସଚିବ ଶକ୍ତିକାନ୍ତ ଦାସ

କେନ୍ଦୁଝର,୧୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା ବେଳେ ଶନିବାର କେନ୍ଦୁଝର ଗ୍ରସ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image