ଅନ୍ୟ ୨ ଯୁବକଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ଏସ୍‌ପି

ଅନୁଗୋଳ ଅଫିସ୍‌, ୧।୨ – ଅନୁଗୋଳ ଥାନା ଲିଙ୍ଗରାଯୋଡ଼ିର ବାପି ଓରଫ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଠାରୁ ୩ ବନ୍ଧୁକ, ଗୋଟିଏ ଭଙ୍ଗା ମାଗାଜିନ୍‌ ଓ ୯ ଜୀବନ୍ତ ଗୁଳି ଜବତ ମାମଲାର ତଦନ୍ତ ଠିକ୍‌ ଭାବେ କରାଯାଇ ନ ଥିବାରୁ ଅନୁଗୋଳ ପୋଲିସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଗୁରୁବାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ବାପିଙ୍କ ବାଇକ୍‌ ଓ ସହଯୋଗୀ ସନ୍ଦେହରେ ପୋଲିସ ଥାନାକୁ ଆଣି ଦୁଇ ଯୁବକଙ୍କୁ ପଚରାଉଚରା କରି ଛାଡ଼ିଦେଇଥିବା ସମ୍ପର୍କରେ ତନାଘନା ଆରମ୍ଭ କରିଛନ୍ତି ଏସ୍‌ପି ଜଗମୋହନ ମୀନା। ଯୁବକ ଦ୍ୱୟଙ୍କୁ କେଉଁ କାରଣରୁ ପୋଲିସ ଉଠାଇ ଆଣିଥିଲା ତାହାର ରିପୋର୍ଟ ମାଗିଛନ୍ତି ଏସ୍‌ପି। ଅନ୍ୟପଟେ ଅନୁଗୋଳ କୋର୍ଟ ଦେଇଥିବା ଜାମିନ୍‌ ପିଟିଶନ୍‌କୁ ରଦ୍ଦ କରିବାକୁ ଶନିବାର ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ସରକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସ୍ପେଶାଲ ସ୍କ୍ବାଡ୍‌ ବାପିଙ୍କୁ ତାମ୍ରିତ କଲୋନୀ କାଳୀ ମନ୍ଦିର ନିକଟରେ ଥିବା ଏକ ଘରୁ ଉଠାଇ ଆଣିଥିଲା। ଏଥିସହ ସେଠାରେ ଥିବା ତାଙ୍କ ବୁଲେଟ୍‌କୁ ମଧ୍ୟ ଥାନାକୁ ନେଇ ଆସିଥିଲା। କିନ୍ତୁ ପୋଲିସ ବାପିଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ବେଳେ ବୁଲେଟ୍‌କୁ ସିଜ୍‌ ଲିଷ୍ଟରେ ଦେଖାଇ ନ ଥିଲା। ଉକ୍ତ ବୁଲେଟ୍‌ କୁଆଡ଼େ ଗଲା ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କୁ ଏସ୍‌ପି ପଚାରିବା ସହ ଖୋଳତାଡ଼ ଆରମ୍ଭ କରିଛନ୍ତି। ସେହିପରି ବାପିଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଉଠାଇବାର ଦୁଇରୁ ତିନି ଘଣ୍ଟା ମଧ୍ୟରେ ଥାନାରୁ ଫୋନ୍‌ କରାଯାଇ ଅନ୍ୟ ଦୁଇ ଜଣଙ୍କୁ ଡକାଯାଇଥିଲା। ଦୁଇଦିନ ଧରି ଅଟକ ରଖିବା ସହ ବାପିଙ୍କୁ କୋର୍ଟଚାଲାଣ କରିବା ପରେ ଉଭୟଙ୍କୁ ପୋଲିସ ଛାଡ଼ିଦେଇଥିଲା। ବାପିଙ୍କ ସହ ଯଦି ଏହି ଯୁବକମାନଙ୍କ ଲିଙ୍କ ନ ଥିଲା ତେବେ କାହିଁକି ଉଭୟଙ୍କୁ ଦୁଇ ଦିନ ଅଟକ ରଖାଯାଇଥିଲା ସେ ନେଇ ଏସ୍‌ପି ରିପୋର୍ଟ ମାଗିଛନ୍ତି। ଏ ସମ୍ପର୍କରେ ଏସ୍‌ପି ମୀନା କହିଛନ୍ତି, ଘଟଣା ଏବେ ତଦନ୍ତ ପରିସର ଭୁକ୍ତ ରହିଛି। ଥାନା ଅଧିକାରୀଙ୍କୁ ରିପୋର୍ଟ ମାଗିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅନ୍ୟପକ୍ଷରେ କୋର୍ଟକୁ ସରକାରୀ ପିପି ମାଗିଥିବା ସାର୍ଟିଫାଏ କପି ଓ ପୋଲିସ ପ୍ରଦାନ କରିଥିବା ଅଭିଯୋଗପତ୍ର ଶୁକ୍ରବାର ଅପରାହ୍ନରେ ହସ୍ତଗତ ହୋଇଛି। ବିଳମ୍ବ ହୋଇଥିବାରୁ ସାର୍ଟିଫାଏ କପି ସହ ଅନ୍ୟ ଦସ୍ତାବିଜ ଗୁଡ଼ିକର ଅନୁଧ୍ୟାନ ଚାଲିଛି। ଶନିବାର ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ବାପିଙ୍କୁ ମିିଳିଥିବା ଜାମିନ୍‌ ଆବେଦନ ଖାରଜ ପାଇଁ ଆବେଦନ କରାଯିବ ବୋଲି ସରକାରୀ ପିପି ଦାସ ସୂଚନା ଦେଇଛନ୍ତି। ଏଥିସହିତ ପ୍ରସିକ୍ୟୁସନରେ ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ...

ସ୍କୁଲରେ ତାଲା, ରାସ୍ତାରେ ପଢ଼ିଲେ ପିଲା

ବଇଣ୍ଡା,୪ା୯ (ପରିକ୍ଷିତ ସାହୁ): ସରକାରୀ ସ୍କୁଲ ପାଇଁ ଜମି ଦେଇଥିଲେ ମଧ୍ୟ ଜମି ମାଲିକଙ୍କ ସମ୍ପର୍କୀୟଙ୍କୁ ରୋଷେୟା ଭାବେ ନିଯୁକ୍ତି ମିଳିଲା ନାହିଁ। ଏଥିରେ ଖପ୍ପା...

ଖଣି ଉପନିର୍ଦ୍ଦେଶକଙ୍କ ଘର ନୁହେଁ ତ ଟଙ୍କାର ଗନ୍ତାଘର,ବାହାରୁଛି ପୁଳାପୁଳା ଟଙ୍କା ସୁନା

ତାଳଚେର,୨ା୯(ମନୋଜ ନନ୍ଦ): ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ ଚାଲିଛି। ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ...

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri