Posted inଜାତୀୟ

ଅଭିନେତା ଫିର୍ଦୋସଙ୍କୁ ଭାରତ ଛାଡିବାକୁ କେନ୍ଦ୍ରର ନିର୍ଦ୍ଦେଶ

କୋଲକାତା,୧୭ା୪: ପଶ୍ଚିମବଙ୍ଗ ରାଇଗଞ୍ଜ ଲୋକ ସଭା ଆସନର ଟିଏମ୍‌ସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସପକ୍ଷରେ ବାଂଲାଦେଶୀ ଅଭିନେତା ଫିର୍ଦୋସ ଅହମ୍ମଦ ନିର୍ବାଚନ ପ୍ରଚାର କରିବା ପରେ ବିବାଦ ସୃଷ୍ଟି ହୋଇଛି। ଉତ୍ତର ଦିନାଜପୁର ଜିଲାରେ ଫିର୍ଦୋସଙ୍କ ସହ ପଶ୍ଚିମବଙ୍ଗର କଳାକାର ଅଙ୍କୁଶ ଓ ପାୟଲ ରବିବାର ଏକ ରୋଡ୍‌ ଶୋ’ ବେଳେ ଟିଏମ୍‌ସି ସପକ୍ଷରେ ଭୋଟ ମାଗୁଥିବା ଭିଡିଓ ଭାଇରାଲ ହୋଇଛି। ଟୁରିଷ୍ଟ ଭିଜାରେ ଭାରତ ଆସିଥିବା ଜଣେ ବିଦେଶୀ ଏଠାରେ ନିର୍ବାଚନ ପ୍ରଚାର କରିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଭାଜପା ସମାଲୋଚନା କରିଛି। ରାଜ୍ୟ ଭାଜପା ସଭାପତି ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆରିଜ୍‌ ଅଫ୍‌ତାବ୍‌ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପୋର୍ଟ ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଫିର୍ଦୋସଙ୍କ ଭିଜା ବାତିଲ କରିଛି। ଏହାସହ ତୁରନ୍ତ ଦେଶଛାଡ଼ି ଚାଲିଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା...

କରୁଥିଲେ ଅନଲାଇନ ଡାଇଟ୍‌, ଚାଲିଗଲା ଯୁବତୀଙ୍କ ଜୀବନ

ନୂଆଦିଲ୍ଲୀ,୧୧।୩: ଆଜିକାଲି ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଡାଏଟ ଅନୁସରଣ କରିବାର ଧାରା ବହୁତ ବୃଦ୍ଧି ପାଇଛି। କିନ୍ତୁ ଯଦି ଶରୀରର ଆବଶ୍ୟକତା...

‘ଆପଣ ଟ୍ରେନିଂ ନିଅନ୍ତୁ, ଆପଣଙ୍କୁ ଏହାର…’, ନଡ୍ଡାଙ୍କୁ କାହିଁକି ଏମିତି ଉପଦେଶ ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧୧।୩: ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୧ ମାର୍ଚ୍ଚ, ୨୦୨୫) କେନ୍ଦ୍ରମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଅଧ୍ୟକ୍ଷ...

Gold Smuggling ମାମଲାରେ ଆସିଲା ନୂଆ ଟୁଇଷ୍ଟ, ତରୁଣ ରାଜୁଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୧।୩: ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଅଭିନେତ୍ରୀ ରାନ୍ୟା ରାଓଙ୍କ ବିଷୟରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛି।...

ଔରଙ୍ଗଜେବଙ୍କ ସମାଧି ପାଇଁ ପ୍ରତିବର୍ଷ ଏତେ ଟଙ୍କା ଦେଉଛନ୍ତି ମୋଦି ସରକାର, ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୧୧।୩: ବର୍ତ୍ତମାନ ଦେଶରେ ଛତ୍ରପତି ଶିବାଜୀ ମହାରାଜ ଏବଂ ଔରଙ୍ଗଜେବଙ୍କ ସମ୍ପର୍କିତ ପ୍ରସଙ୍ଗ ବହୁତ ଉଷ୍ମ ରହିଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏହି...

ଆଇନଗତ ସମସ୍ୟାରେ ଫସିଲା ସୁପରଷ୍ଟାର ଶାହରୁଖଙ୍କ ମନ୍ନତ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ,୧୧।୩: ଶାହରୁଖ ଖାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ମନ୍ନତ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ପର୍ଯ୍ୟଟନ ସ୍ଥଳଠାରୁ କମ୍‌ ନୁହେଁ। ପ୍ରଶଂସକମାନେ ପ୍ରାୟତଃ ମନ୍ନତକୁ ଯାଆନ୍ତି ଏବଂ...

Video: ମୃତ୍ୟୁ ପରେ ଭାଇରାଲ ହେଲା ଭିଡିଓ, ବାପାଙ୍କୁ ଭୟଙ୍କର ମାଡ଼ ମାରୁଥିଲେ ଝିଅ

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶର ମୋରେନାରେ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ମିଳିବାର କିଛି ଦିନ ପରେ, ତାଙ୍କ ଝିଅମାନେ ତାଙ୍କୁ ତାଙ୍କ ସ୍ତ୍ରୀ ଧରି ରଖିଥିବା ସମୟରେ...

ଦେଶରୁ ଏହି ୪ଟି ପ୍ରମୁଖ ଆଇନ ହୋଇଯିବ ଶେଷ! ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଣିବେ…

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଲୋକ ସଭାରେ ପ୍ରବାସୀ ଏବଂ ବିଦେଶୀ ବିଲ ୨୦୨୫ ଆଗତ କରିବେ, ଯାହା କାର୍ଯ୍ୟକାରୀ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri