ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏସ୍‌ବିଆଇ ଇକୋରାପ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ଦେଶର ବିତ୍ତୀୟ ନିଅଣ୍ଟ ମହାମାରୀ ଯୋଗୁ ୩.୮୮% ଛୁଇଁବ। ଚଳିତ ବର୍ଷ ମାର୍ଚ୍ଚରେ ଟ୍ରାଭେଲ ଏବଂ ପରିବହନ କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ୟବସାୟ, ହୋଟେଲ, ପରିବହନ କ୍ଷେତ୍ର , ଯୋଗାଯୋଗ ଏବଂ ସେବା କ୍ଷେତ୍ର କ୍ଷତିଗ୍ରସ୍ତ ହେବା ଯୋଗୁ ଏହା ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି। କରୋନା ଯୋଗୁ ଆର୍ଥତ୍କ ବର୍ଷ ୨୦୨୦ର ଚତୁର୍ଥ ତ୍ରୈମାସ ନୋମିନାଲ ଜିଡିପି ୧.୪% ଖସିବ ବୋଲି ଆଶଙ୍କା କରାଯାଇଛି। ରାଜସ୍ବ କମିଥିବାରୁ ସରକାର ୨୦୧୯-୨୦ର ବିତ୍ତୀୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ପରିବର୍ତ୍ତନ କରି ୩.୩%ରୁ ୩.୮% କରିଛନ୍ତି। କରୋନା ଯୋଗୁ ଏଥିରେ ପୁଣି ଥରେ ପରିବର୍ତ୍ତନ ଆସିପାରେ ବୋଲି କୁହାଯାଇଛି।
ପରିବର୍ତ୍ତିତ ବିତ୍ତୀୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ୩.୮%କୁ କଡାକଡି ଭାବେ ପାଳନ କରିବାକୁ ହେଲେ ସରକାର ୧.୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆବଶ୍ୟକ। ବର୍ତ୍ତମାନ ସାରା ବିଶ୍ୱର ସ୍ଥିତି ବେହାଲ ହୋଇପଡିଥିବା ବେଳେ ଘରୋଇ ବଜାର ମଧ୍ୟ ସମାନ ଦଶା ସାମ୍ନା କରୁଛି। ଯଦି କରୋନା ତୃତୀୟ ଏବଂ ଚତୁର୍ଥ ଷ୍ଟେଜକୁ ଯାଏ ତେବେ ବିତ୍ତୀୟ ପ୍ୟାକେଜ ବାଦ ସରକାର ଅନ୍ୟ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଯୋଜନା କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ସରକାର ସରକାର ଟାକ୍ସ ମୋରାଟୋରିୟମ, ପେମେଣ୍ଟ ସମ୍ପ୍ରସାରଣ, ସୋସିଆଲ ଚାର୍ଜ, ଲୋନ ଗ୍ୟାରେଣ୍ଟି, ବେତନ ସବସିଡି ଭଳି ବିତ୍ତୀୟ ପଦକ୍ଷେପ ହାତକୁ ନେବାର ସମ୍ଭାବନା ରହିଛି। ବିଶ୍ୱ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର କମିଥିବା ଯୋଗୁ ଇନ୍ଧନର ରିଟେଲ ମୂଲ୍ୟ ସରକାର କମାଇ ନ ପାରନ୍ତି। ସେହିଭଳି ଉତ୍ପାଦ ଟିକସ ଇନ୍ଧନ ଉପରେ ବଢିପାରେ। ଇନ୍ଧନ ଉପରେ ଉତ୍ପାଦ ଟିକସ କମାଇ ବିତ୍ତୀୟ ନିୟଣ୍ଟ କମାଇବା ଏବଂ ବଜାରକୁ ଖସିକରିବା ଭଳି ପଦକ୍ଷେପ ନ ନିଅନ୍ତୁ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହି ଅର୍ଥକୁ ବିତ୍ତୀୟ ପ୍ୟାକେଜ, ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଆୟ ସହାୟତା ଯୋଗାଣ ଦିଗରେ ସରକାର କାମ କରିବାକୁ କୁହାଯାଇଛି। ବର୍ତ୍ତମାନ ଲୋକଙ୍କ ନିଯୁକ୍ତି ଉପରେ ପ୍ରଭାବ ପଡିବାକୁ ଥିବା ବେଳେ ଏଭଳି କାର୍ଯ୍ୟକ୍ରମ ହାତକୁ ନେବାକୁ ରିପୋର୍ଟରେ କୁହାଯାଇଛି। ସାରା ବିଶ୍ୱ କଥା ବିଚାରକୁ ନେଲେ ଷ୍ଟେଟ ଲୋନ, ଇନକମ ସବସିଡି ଏବଂ ଟାସ୍କ ଡିଫରାଲ ଭଳି ବିତ୍ତୀୟ ପ୍ୟାକେଜ ଗ୍ରହଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri