ଅଭିବୃଦ୍ଧି ଲାଗି ଜାରି ରହିବ ସଂସ୍କାର ଧାରା

ନୂଆଦିଲ୍ଲୀ,୪-୧୦: ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡ଼ିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ କରିବାକୁ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବେ। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଆଗାମୀ ଦିନରେ ବିଭିନ୍ନ ଘୋଷଣା କରାଯିବ ବୋଲି ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଗୁରୁବାର କହିଛନ୍ତି। ନୂଆଦିଲ୍ଲୀରେ ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ର ଇଣ୍ଡିଆ ଇକୋନୋମିକ ସମିଟରେ ଯୋଗଦେଇ ସେ କହିଛନ୍ତି ଯେ, ୨୦୦୫ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୩୦୦ ନିୟୁତ ଲୋକଙ୍କୁ ଦାରିଦ୍ର୍ୟତା ମଧ୍ୟରୁ ସରକାର ବାହାରକୁ ଆଣିଛନ୍ତି। ଗତ ପାଞ୍ଚ ବର୍ଷରେ ଜିଡିପି ଅଭିବୃଦ୍ଧି ୭.୫% ହାର ଛୁଇଁଛି। ୨୦୧୭-୧୮ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସରେ ଦେଶର ଜିଡିପି ୮.୧% ରହିଥିଲା। ଏହା ୨୦୧୯-୨୦ ଏପ୍ରିଲ-ଜୁନ ତ୍ରୈମାସରେ ୫% ଖସିଥିବା ସେ ପ୍ରକାଶ କରିଛନ୍ତି।
ସରକାରଙ୍କ ସଂସ୍କାର ପଦକ୍ଷେପ ଉପରେ ମତ ରଖି ସେ କହିଛନ୍ତି, ଅର୍ଥ ବ୍ୟବସ୍ଥାରେ ସୁଧାର ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆର୍‌ବିଆଇ ଏହାର ରେପୋକୁ ୧୧୦ ବେସିସ୍‌ ପଏଣ୍ଟ କମାଇବା ଫଳରେ ଏହା ବର୍ତ୍ତମାନ ୫.୪%ରେ ରହିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, ବ୍ୟାଙ୍କ ମିଶ୍ରଣ, ରପ୍ତାନି କ୍ଷେତ୍ର ପାଇଁ ପ୍ୟାକେଜ୍‌ ଏବଂ କର୍ପୋରେଟ ଟିକସ ହ୍ରାସ କରାଯାଇଛି। ଆଗକୁ ଆହୁରି ନୂଆ ଘୋଷଣା କରାଯିବ। ସେହିଭଳି ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକରୁ ପୁଞ୍ଜି ପ୍ରତ୍ୟାହାର, ସମ୍ପତ୍ତିର ମୁଦ୍ରାକରଣକୁ ଗୁରୁତ୍ୱ, ନିବେଶକଙ୍କୁ ବ୍ରାଉନଫିଲ୍ଡ ନିବେଶ ଲାଗି ଉତ୍ସାହିତ କରାଯାଉଛି। ବିଶ୍ୱ ବଜାରକୁ ଧ୍ୟାନରେ ରଖି କର୍ପୋରେଟ ଟିକସକୁ ହ୍ରାସ କରାଯାଇଛି। କୃଷି, ଖଣି ଏବଂ କୋଇଲା ଭଳି କ୍ଷେତ୍ରଗୁଡିକରେ ଆଗାମୀ ଦିନରେ ବିଭିନ୍ନ ସଂସ୍କାର ଘୋଷଣା କରାଯିବ। ଦୀର୍ଘ ମିଆଦି ଭିତ୍ତିରେ ୯ରୁ ୧୦% ଅଭିବୃଦ୍ଧି ଧାରା ଜାରି ରହିଲେ ଏହା ଦ୍ୱାରା ବୃହତ୍ତ ସଂଖ୍ୟକ ଲୋକଙ୍କୁ ଦାରିଦ୍ର୍ୟତା ଭିତରୁ ବାହାରକୁ ଆଣିବା ସହଜ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ସେ ଆହୁରୀ କହିଛନ୍ତି, ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମୁତାବକ ଦେଶର ପରୋକ୍ଷ ଟିକସ କ୍ୟାଶଲେସ ଏବଂ ପେପରଲେସ ହୋଇଛି। ବିଶ୍ୱ ବ୍ୟାଙ୍କର ଇଜଅଫ ଡୁଇଁ ବିଜନେସ ତାଲିକାରେ ଭାରତ ପ୍ରାୟ ୬୫ ସ୍ଥାନ ଉପରକୁ ଉଠିଛି। ଆଗାମୀ ୨ ବର୍ଷରେ ଏହି ତାଲିକାର ଶୀର୍ଘ ୫୦ ଏବଂ ୫ ବର୍ଷରେ ଶୀର୍ଘ ୨୦ ମଧ୍ୟରେ ସ୍ଥାନୀତ ହେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri