ଧାମନଗର,୨୧।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବିଡିଓଙ୍କୁ ଗତ ୧୭ ତାରିଖରେ ଦୁର୍ବ୍ୟବହାରକରି ଫେରାର ଥିବା ଅଭିଯୁକ୍ତଙ୍କ ପିତାଙ୍କର ହୃଦ୍ଘାତରେ ସୋମବାର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି। ପ୍ରଶାସନ ଦ୍ବାରା ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ପ୍ରଦାନ ଚାପରେ ପିତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।