Posted inଜାତୀୟ

ଅମରନାଥ ଯାତ୍ରା: ୨୬ ବର୍ଷରେ ୧୪ ଆତଙ୍କବାଦୀ ଆକ୍ରମଣରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ ବେସ୍‌ କ୍ୟାମ୍ପଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ଗତ ୨୬ ବର୍ଷ ମଧ୍ୟରେ ଅମରନାଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଉପରେ ୧୪ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ଗୋଇନ୍ଦା ବିଭାଗର ସତର୍କ ସୂଚନା ଆଧାରରେ ୪୦ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ୧୯୮୦ରେ ଶେଷ ଭାଗରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ଆରମ୍ଭ କରିଥିଲେ। ଏହାପରେ ୧୯୯୩ରେ ଆତଙ୍କବାଦୀ ସଂଗଠନ ହରକତ୍‌ ଉଲ୍‌ ଅଂସାର ଏବଂ ଲଶ୍କର-ଇ-ତୋଏବା ଦ୍ୱାରା ୨ଥର ଆକ୍ରମଣ ହୋଇଥିଲା। ଏଥିରେ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୯୯୪ରେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୧୯୯୫ରେ ୩ ଥର ଆତଙ୍କାବାଦୀ ଆକ୍ରମଣ ହୋଇଥିଲେ ମଧ୍ୟ କେହି ହତାହତ ହୋଇ ନ ଥିଲେ। ସେହିପରି ୧୯୯୬ରେ ହୋଇଥିବା ଆକ୍ରମଣରେ କୌଣସି କ୍ଷତି ଘଟି ନ ଥିଲା। ୨୦୦୦ ଅଗଷ୍ଟ ୨ରେ ହୋଇଥିବା ଆକ୍ରମଣରେ ୩୨ ଶ୍ରଦ୍ଧାଳୁ, ଦୋକାନୀ ତଥା ବାହକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ୨୦୦୧ ଜୁଲାଇ ୨୦ରେ ପହଲଗାମ ବେସ୍‌ କ୍ୟାମ୍ପ୍‌ ନିକଟରେ ଥିବା ଶେଷନାଗ ଲେକ୍‌ଠାରେ ତୀର୍ଥଯାତ୍ରୀ ଶିବିର ଉପରକୁ ହାତବୋମା ଫିଙ୍ଗାଯାଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଥିଲେ। ୨୦୦୨ଅଗଷ୍ଟ ୬ରେ ଶ୍ରଦ୍ଧାଳୁଙ୍କ ଟ୍ୟାକ୍ସିକୁ ଟାର୍ଗେଟ୍‌ କରାଯାଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ଆହତ ହୋଇଥିଲେ। ୨୦୦୬ରେ ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଗ୍ରେନେଡ୍‌ ମାଡ଼ କରାଯାଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ୧୧ ବର୍ଷ ପରେ ୨୦୧୭ ଜୁଲାଇ ୧୦ରେ ଅନନ୍ତନାଗଠାରେ ଆତଙ୍କବାଦୀ ତୀର୍ଥଯାତ୍ରୀ ବସ୍‌ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୨ ଜଣ ଆହତ ହୋଇଥିଲେ। ୨୦୧୮ରେ ୨ ଲକ୍ଷ ୮୫ ହଜାର ୬ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ସାମିଲ୍‌ ହୋଇଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହା ସମ୍ପନ୍ନ ହୋଇଥିଲା। ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ପୋଲିସ ଅଧିକାରୀ!

ବେଙ୍ଗାଲୁରୁ,୪।୧: କର୍ନାଟକର ତୁମକୁରୁ ଜିଲାର ମଧୁଗୁରି ସବ ଡିଭିଜନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବି ରାମଚନ୍ଦ୍ରପ୍ପା ଜଣେ ମହିଳାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ...

ନୀତୀଶଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସଞ୍ଜୟ

ନୂଆଦିଲ୍ଲୀ,୪।୧: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ...

ଅତୁଲ ସୁଭାଷ ସୁଇସାଇଡ ମାମଲା: ପତ୍ନୀ ନିକିତାଙ୍କ ସମେତ ସମସ୍ତ ୪ ଅଭିଯୁକ୍ତଙ୍କୁ ମିଳିଲା ବେଲ୍‌

ବେଙ୍ଗାଲୁରୁ,୪।୧: ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ବେଙ୍ଗାଲୁରୁର ସିଟି ସିଭିଲ କୋର୍ଟ ଶନିବାର (ଜାନୁୟାରୀ ୪, ୨୦୨୫)ରେ ତାଙ୍କ ପତ୍ନୀ ନିକିତା ସିଙ୍ଗାଣିଆ, ତାଙ୍କ ମାତା...

ଓଡ଼ିଶାରେ ପ୍ରଥମଥର ଆୟୋଜିତ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଜାଣନ୍ତୁ କେଉଁଠୁ ଆସୁଛନ୍ତି ସବୁଠାରୁ ଅଧିକ NRI

ନୂଆଦିଲ୍ଲୀ,୪।୧: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଆୟୋଜିତ ହେଉଛି। ଭୁବନେଶ୍ୱରରେ ଅନୁଷ୍ଠିତ ୧୮ତମ ପ୍ରବାସୀ ଭାରତୀୟ ଦିବସ...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ ଦେବେ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ

ନୂଆଦିଲ୍ଲୀ,୪।୧: ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ପଟେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରାଯାଉଛି, ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି ଏବଂ ସେମାନଙ୍କୁ ଗିରଫ କରାଯାଉଥିବା ବେଳେ ଅନ୍ୟପଟେ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri