Posted inକଟକ

‘ଅମ୍ଫନ’ରେ ବେହାଲ କରିବ ନର୍ଦ୍ଦମା ପାଣି

କଟକ ଅଫିସ,୧୭ା୫-ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ ରାଜ୍ୟର ଯେଉଁ ସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି, ସେଥିରେ କଟକ ମଧ୍ୟ ସାମିଲ ରହିଛି। ଏହାକୁ ନଜରରେ ରଖି କଟକ ସହରକୁ ଜଳାର୍ଣ୍ଣବରୁ ରକ୍ଷା କରିବା ପାଇଁ ରାଜ୍ୟସଭା ସଦସ୍ୟ ସୁବାସ ସିଂ ପୂର୍ବରୁ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଥିଲେ। କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଓଡ଼ିଶା ପ୍ରଗତି ମଞ୍ଚ ଅଭିଯୋଗ କରିଛି। କଟକର ପ୍ରତ୍ୟେକ ଗଳି କନ୍ଦିରେ ଜାଇକା ଦ୍ୱାରା ହେଇଥିବା ଅଧାପନ୍ତରିଆ କାର୍ଯ୍ୟ ପାଇଁ ସହର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଞ୍ଚଳରେ ଥିବା ନାଳନର୍ଦ୍ଦମାରେ ବର୍ଷାଜଳ ଠିକ୍‌ରେ ପ୍ରବାହିତ ନ ହୋଇ ରାସ୍ତାରେ ଚାଲୁଛି। ଜନସାଧାରଣ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏଣୁ ସମସ୍ତ ନାଳ ନର୍ଦ୍ଦମାଦ୍‌ରୁ ଯୁଦ୍ଧକାଳୀନ ଭିତ୍ତିରେ ପଙ୍କ ଉଦ୍ଧାର କରିବା ପାଇଁ ଓଡିଶା ପ୍ରଗତି ମଞ୍ଚ ମହାନଗର ନିଗମ କମିଶନରଙ୍କ ନିକଟରେ ଦାବି ଜଣାଇଛି। ବର୍ଷାଦିନକୁ ଆଉ ଅଧିକ ସମୟ ନ ଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମଞ୍ଚ ସଦସ୍ୟ ଇଂ ପ୍ରଭାତ ତ୍ରିପାଠୀ, ମହମ୍ମଦ ସଫିକ ୱାରସି, କେଦାରନାଥ ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

Featured Video Play Icon

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା...

ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର...

ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri