କଣ୍ଟାପଡା,୪।୧୨(ଡି.ଏନ୍.ଏ.): ବାତ୍ୟା ଫନୀରେ ଆଦୌ ଘର ନ ଭାଙ୍ଗି ଚଞ୍ଚକତା କରି ସରକାରୀ ସହାୟତା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ସହାୟତା ଅର୍ଥ ଫେରାଇଆଣି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ ଓ ଘର ଭାଙ୍ଗିଥିଲେ ମଧ୍ୟ ଅଦ୍ୟାବଧି ସହାୟତା ନ ମିଳିବା ପ୍ରତିବାଦରେ କଣ୍ଟାପଡା ତହସିଲ ସମ୍ମୁଖରେ ବ୍ରାହ୍ମଣସାଇଲୋ ଓ ଯୋହଳ ଗ୍ରାମବାସୀ ବୁଧବାର ଧାରଣାରେ ବସିରହିଛନ୍ତି। ତେବେ କଣ୍ଟାପଡା ତହସିଲଦାର ଆର୍ତ୍ତତ୍ରାଣ ମଲିକ ବୁଝାଶୁଝା କରିବାପରେ ବ୍ରାହ୍ମଣସାଇଲୋ ଗ୍ରାମବାସୀ ଧାରଣାରୁ ଉଠିଥିବାବେଳେ ଯୋହଳ ଗ୍ରାମବାସୀ ଧାରଣାରେ ବସିରହିଛନ୍ତି।