ଭବାନୀପାଟଣା, ୧୫।୧୦ (ଡି.ଏନ୍.ଏ.): କଳାହାଣ୍ଡି ଜିଲା କ୍ରୀଡାର କାର୍ଯ୍ୟକାରିଣୀ କମିଟି ନିଷ୍ପତ୍ତିକ୍ରମେ ପୂର୍ବତନ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଅର୍ଜୁନ ନାୟକଙ୍କୁ ଜିଲାର ସର୍ବଶ୍ରେଷ୍ଠ କ୍ରୀଡା ସମ୍ମାନ ‘କଳାହାଣ୍ଡି କ୍ରୀଡା ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବ। ଦ୍ୱିତୀୟ ଟାଉନ୍ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍ଯାପନୀ ସମାରୋହ ଆସନ୍ତା ୨୨ତାରିଖରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀ ନାୟକଙ୍କୁ ସମ୍ମାନୀତ କରାଯିବ। ଅର୍ଜୁନ ସିନିୟର ଫୁଟବଲରେ ଓଡିଶା ଦଳରୁ ପ୍ରତିନିଧିତ୍ୱ କରି ସର୍ବଭାରତୀୟ ସନ୍ତୋଷ ଟ୍ରଫିରେ ୧୯୭୪ ଓ ୧୯୭୫ ମସିହାରେ ଲଗାତାର ୨ ଥର ଯଥାକ୍ରମେ ପଞ୍ଜାବର ଜଲନ୍ଧର ଓ କେରଳର କାଠିନାଡାରେ ଅଂଶଗ୍ରହଣ କରିଥିଲେ।