ଅର୍ଥନୀତିରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ଆଲୋଚନା ହେଉଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏ ନେଇ ନିକଟରେ ମତ ରଖିଛନ୍ତି। ଅଗଷ୍ଟ ୨୩ରେ ଅର୍ଥନୀତି ନିର୍ମଳା ସୀତାରାମନ ଖବରଦାତା ସମ୍ମିଳନୀରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ବଜେଟରେ ନିଆଯାଇଥିବା କେତେକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଏହା ଦ୍ୱାରା ଭାରତୀୟ ଅର୍ଥନୀତିର ରୂପରେଖ କଣ ରହିବ ସାଧାରଣ ନାଗରିକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି ସ୍ଥଳେ ମାନ୍ଦାବସ୍ଥାକୁ ନେଇ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

 

ସଙ୍କଟ ସମୟ ଦେଇ ଗତି କରୁଛି ଅର୍ଥନୀତି
ଅର୍ଥନୀତି ବର୍ତ୍ତମାନ ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଜିଡ଼ିପି ଅଭିବୃଦ୍ଧି କମିବା ସହ ଉଚ୍ଚ ହାରରେ ନିଯୁକ୍ତି ହ୍ରାସ ଚିନ୍ତାର କାରଣ ପାଲଟିଛି। ଏହାକୁ ଗୁରୁତ୍ୱର ସହ ବିଚାର କରିବାକୁ ହେବ। କେନ୍ଦ୍ର ଏବଂ ରାଜ୍ୟ ସରକାର ଠିକ୍‌ ନୀତି ଦ୍ୱାରା ଏହି ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି।
– ଅମରେନ୍ଦ୍ର ଦାସ, ଅର୍ଥନୀତିଜ୍ଞ

ଋଣ ଯୋଗାଣକୁ ତ୍ୱରାନ୍ବିତ କରାଯାଉ
ବିଶ୍ୱ ବଜାର ମାନ୍ଦାବସ୍ଥାର ପ୍ରଭାବ ଘରୋଇ ବଜାର ଉପରେ ରହିଛି। ବିଗତ ବର୍ଷଗୁଡିକରେ ବ୍ୟାଙ୍କଗୁଡିକ ଠିକ୍‌ ଭାବେ ଋଣ ପ୍ରଦାନ କରି ନ ଥିବାରୁ ଏହା ଏବେ ଏନ୍‌ପିଏ ଆକାଉଣ୍ଟରେ ପରିବର୍ତ୍ତିତ ହୋଇଛି। ନଗଦ ଅଭାବରେ ବ୍ୟାଙ୍କଗୁଡିକ ଋଣ ଦେବାକୁ ସକ୍ଷମ ହେଉ ନାହାନ୍ତି। ଅର୍ଥନୀତି ଅଭିବୃଦ୍ଧି ଲାଗି ଆର୍ଥତ୍କ କାର୍ଯ୍ୟକଳାପ ବଢିବାର ଆବଶ୍ୟକତା ଥିଲେ ମଧ୍ୟ ବିଭିନ୍ନ କମ୍ପାନୀ ଋଣ ପାଉ ନ ଥିବାରୁ ସେମାନଙ୍କ ପରିଚାଳାନା ପ୍ରଭାବିତ ହୋଇଛି। ଲୋକମାନେ ସେମାନଙ୍କ କ୍ରୟ ନେଇ ଏବେ ଅଧିକ ସଚେତନ। କ୍ରୟ ନ ବଢିଲେ ଏହାର ପ୍ରଭାବ ଚାହିଦା ଏବଂ ଅର୍ଥନୀତି ଉପରେ ପଡିବ। ଯାହା ଏବେ ଅର୍ଥନୀତିରେ ଦେଖାଯାଇଛି। ବ୍ୟାଙ୍କ ଗୁଡିକର ଏନ୍‌ପିଏ ସମସ୍ୟା ଯୋଗୁ ନୂଆ ଋଣ ପ୍ରଦାନ ଅସୁବିଧା ହେଉଛି। ଏଭଳି ସ୍ଥିତିରେ ଲୋକମାନେ ଠିକ୍‌ ଭାବେ ପୁଞ୍ଜି ଲାଭ ନ କଲେ ବାଣିଜ୍ୟ ଅଭିବୃଦ୍ଧି ହେବ ନାହିଁ। ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ଦଶହରା ବେଳକୁ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ।
-ନୀଶିଥ ନନ୍ଦ, ସଭାପତି, ଆଫୋର୍ଡ

ନିବେଶ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉ
ଜିଡିପି ଅଭିବୃଦ୍ଧି ହାର ଏବେ କମିଯାଇଛି। ଗତ ୫ ବଷ ମଧ୍ୟରେ ଏହା ସର୍ବନିମ୍ନ। ଅଟୋମୋବାଇଲ୍‌ କ୍ଷେତ୍ରରେ ସାଢେ ୩ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ମାନ୍ଦାବସ୍ଥା ପ୍ରଭାବ ରିୟଲ ଇଷ୍ଟେଟ ଉପରେ ମଧ୍ୟ ପଡିଛି। ଫଳରେ ଉକ୍ତ କ୍ଷେତ୍ର ସହ ୨୫୦ ସଂଲଗ୍ନ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହୋଇଛି। ସେହିଭଳି ଏଫ୍‌ଏମ୍‌ସିଜି କ୍ଷେତ୍ର ମଧ୍ୟ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ଟିକସ ଅଭିବୃଦ୍ଧି କମିବା ଯୋଗୁ ଏହା ଦ୍ୱାରା ସରକାରୀ ଖର୍ଚ୍ଚ କମୁଛି। ଟିକସ ସଂଗ୍ରହ ବଢିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ସରକାରୀ କ୍ଷେତ୍ର ନିବେଶ ବୃଦ୍ଧି ହେବ। ଏହାବାଦ ଘରୋଇ କ୍ଷେତ୍ର ନିବେଶ ବଢାଇବା ଲାଗି ସୁଧ ହାର କମାଇବା ଉଚିତ। ସୁଲଭ ସୁଧ ହାରରେ ଶିଳ୍ପ କ୍ଷେତ୍ର ଋଣ ପାଇଲେ ନିବେଶ ବଢିବ। ଏହା ଦ୍ୱାରା ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପଡିବ।
– ରଶ୍ମି ରଞ୍ଜନ ବେହେରା, ଅର୍ଥନୀତି ଅଧ୍ୟାପକ, ବିଜ୍ଞାନ ସ୍ବଂୟଶାସିତ ମହାବିଦ୍ୟାଳୟ,ହିଞ୍ଜିଳିକାଟୁ

ଦୂରଦୃଷ୍ଟି ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି
ମାନ୍ଦାବସ୍ଥାର ପ୍ରଭାବ ଅର୍ଥନୀତି ଉପରେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବ ଯୋଗୁ ସରକାରଙ୍କ ପକ୍ଷରୁ ମିଳୁଥିବା ପେମେଣ୍ଟ ଅଂଶୀଦାର ଠିକ୍‌ ଭାବେ ପାଉ ନାହାନ୍ତି। କ୍ୟାଶ ଫ୍ଲୋ କମ୍‌ ରହିଛି। ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କମି ଥିବାରୁ ଏହାର ପ୍ରଭାବ ମଧ୍ୟ ନିଯୁକ୍ତି ଉପରେ ରହିଛି। ବ୍ୟାଙ୍କଗୁଡିକର ସ୍ଥିତି ଖରାପ ଥିବାରୁ ସେମାନେ ଋଣ ପ୍ରଦାନ କରୁ ନାହାନ୍ତି। ସରକାର ପ୍ୟାକେଜ ପ୍ରଦାନ କରିଥିଲେ ମଧ୍ୟ ବ୍ୟାଙ୍କଗୁଡିକ ଏହାକୁ କିଭଳି ଅର୍ଥ ପରିଚାଳନା କରିବେ ତାହା ଦେଖିବାକୁ ବାକି ରହିଲା। ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ସୃଷ୍ଟି ବାଧାପ୍ରାପ୍ତ ହୋଇଛି। ଲୋକଙ୍କର ଖର୍ଚ୍ଚ କରିବା କ୍ଷମତା ମଧ୍ୟ କମିଛି। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପ୍ରକଳ୍ପ କାର୍ଯ୍ୟ ଗ୍ରହଣ କରାଯାଇ ନାହିଁ। ରାଜ୍ୟରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିବାକୁ ସଙ୍କୋଚ କରୁଛନ୍ତି। ଏହାର ମୁଖ୍ୟ କାରଣ ନଗଦ ସଙ୍କଟ। ଜିଏସ୍‌ଟି ରିଫଣ୍ଡ ଠିକ୍‌ ଭାବେ ମିଳୁ ନ ଥିବାରୁ ଶିଳ୍ପଗୁଡିକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ସରକାର ଠିକ୍‌ ନୀତି ଆଣିିବାର ଉଚିତ। ଠିକ୍‌ ଲକ୍ଷ୍ୟ ରଖି କାମ କଲେ ଅର୍ଥନୀତି ଏହାର ଭଲ ପ୍ରଭାବ ପଡ଼ିବ।
– ସାତ୍ତ୍ୱିକ ସ୍ବାଇଁ, ମହାସଚିବ, ଓସ୍‌ମେ


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri