ଦେଶର ଅର୍ଥନୀତି ବାଟ ହୁଡିଛି, ମାନ୍ଦାବସ୍ଥାର ରେଳ ଅତି ଦ୍ରୁତଗତିରେ ସମସ୍ତ ଶକ୍ତି ସହ ଦେଶ ଆଡକୁ ମାଡି ଆସୁଛି ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରି ଚେତାଇଛନ୍ତି। ଅନ୍ଧକାରମୟ ସୁଡଙ୍ଗରେ ଆଲୋକର ଚିହ୍ନ ଦେଖାଯାଉ ନାହିଁ। ଏଥିପୂର୍ବରୁ ସେ ଜିଏସ୍ଟି ଓ ବିମୁଦ୍ରୀକରଣକୁ ନେଇ ମୋଦି ସରକାରଙ୍କୁ ଘେରିଥିଲେ। ଏହି ଦୁଇଟି ପଦକ୍ଷେପ ଯୋଗୁ ଦେଶର ଅର୍ଥନୀତିର ବାର ବାଜି ଗଲାଣି। ଜିଏସ୍ଟି ଓ ବିମୁଦ୍ରୀକରଣ ଭଳି ପଦକ୍ଷେପ ମୋଦି ସରକାରଙ୍କ ଅକୁଶଳତା ଓ ଚିନ୍ତାଧାରାରେ ତ୍ରୁଟିକୁ ଦର୍ଶାଉଛି।