ଅର୍ଥାଭାବ: ନିଜ ରାଜ୍ୟକୁ ଫେରିପାରୁନାହାନ୍ତି ୫ ପରିବାର

କୋରୁକୋଣ୍ଡା, ୨୨ା୫(ଡି.ଏନ୍‌.ଏ.)-ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ୫ଟି ପରିବାରର ପ୍ରାୟ ୨୫ ଜଣ ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପଡ଼ିଆରେ ଗତ ୫ମାସ ତଳେ ଆସି ଯାଯାବର ରୂପେ ରହୁଥିଲେ। ସେମାନେ ପନିକି,ଦା ,କଟୁରି,କୁରାଢ଼ି ଆଦି ପ୍ରସ୍ତୁତକରି ବିକ୍ରିକରି ଚାଳୁଥିଲେ। ମାତ୍ର ଲକ୍‌ଡାଉନ ଘୋଷଣା ପରେ ସେମାନଙ୍କ ବ୍ୟବସାୟ ଠପ୍‌ ହୋଇଯାଇଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ନିଜ ରାଜ୍ୟକୁ ମଧ୍ୟ ଫେରିପାରି ନ ଥିଲେ। ସେମାନେ କ୍ରମେ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇ ଚଳିବାରେ ଅସୁବିଧା ଭୋଗିଥିଲେ। ବାଲିମେଳା ଏନ୍‌ଏସି ପ୍ରଶାସନ ଏ ସମ୍ପର୍କରେ ସୂଚନା ପାଇବା ପରେ ସମସ୍ତ ଯାଯାବର ପ୍ରବାସୀଙ୍କୁ ବାଲିମେଳା ୧୨ନମ୍ବର ୱାର୍ଡସ୍ଥିତ କଲୋନୀ- ୧୨ ବିଦ୍ୟାଳୟକୁ ଆଣି ରଖିଥିଲା। ସେମାନଙ୍କ ଲାଗି ପାନୀୟଜଳ ବ୍ୟବସ୍ଥା କରି ଚଳିବା ପାଇଁ ଅଟା, ତେଲ,ଲୁଣ, ଡାଲି ଆଦି ଯୋଗାଇ ଦେଇଥିଲା। ସରକାର ଲକ୍‌ଡାଉନ ୪ର୍ଥ ପର୍ଯ୍ୟାୟରେ ସବୁ ପ୍ରକାର କାର୍ଯ୍ୟକୁ ଅନୁମତି ଦେବା ପରେ ଏହି ଯାଯାବର ପରିବାରଙ୍କୁ ଏନ୍‌ଏସି ଦେଉଥିବା ସହାୟତା ବନ୍ଦ କରି ଦେଇଛି। ସେମାନେ ପୂର୍ବପରି ସ୍ଥାନୀୟ ଅଞ୍ଚଳରେ ଲୁହା ସାମଗ୍ରୀ ପ୍ରସ୍ତୁତକରି ବିକ୍ରି କରୁଛନ୍ତି। ତେବେ ପୂର୍ବପରି ଆଉ ବ୍ୟବସାୟ ହେଉ ନ ଥିବାରୁ ସେମାନଙ୍କୁ ଚଳିବା କଷ୍ଟକର ହୋଇପଡୁଛି। ମହାମାରୀ ସଙ୍କଟ ସମୟରେ ପ୍ରଶାସନର ଉଦାରତାକୁ ସେମାନେ କେବେ ଭୁଲିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଅର୍ଥ ନ ଥିବାରୁ ସେମାନେ ନିଜ ରାଜ୍ୟକୁ ଫେରିପାରୁନାହାନ୍ତି। ପ୍ରଶାସନ ସେମାନଙ୍କୁ ନିଜ ରାଜ୍ୟକୁ ଫେରିଯିବା ଲାଗି ସହାୟତା କରିବାକୁ ଏହି ଯାଯାବରମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତ ବୋଡୁନୁରରେ ବାଘ ଆତଙ୍କ: ଗାଈ ମୁହଁକୁ କାମୁଡ଼ି ନାଳକୁ ଟାଣି ନେଲା ବାଘ

ମାଲକାନଗିରି,୪ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ କିଛି କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ...

୨ ଯବାନଙ୍କୁ ଆକ୍ରମଣ କରି ବନ୍ଧୁକ ଛଡ଼ାଇନେଲେ ମାଓବାଦୀ

ମାଲକାନଗିରି,୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୨ ଯବାନ ରବିବାର ଗୁରୁତର ହୋଇଛନ୍ତି। ଏହାସହ ସେମାନଙ୍କ ବନ୍ଧୁକ ମଧ୍ୟ ମାଓବାଦୀମାନେ ଛଡାଇ ନେଇଥିବା...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୭ ଜଣଙ୍କ ଇସ୍ତଫା

ମାଲକାନଗିରି,୨ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଉପାଧ୍ୟକ୍ଷଙ୍କ ସହ ଆଉ ୬ ଜଣ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି। ଶନିବାର ଏନେଇ...

ପୋଲିସ ଇନ୍‌ଫର୍ମର ଦର୍ଶାଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୩୦ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ବାସାଗୁଡ଼ା ଥାନା ଅନ୍ତର୍ଗତ ପୁଟକେଲ ଗାଁର ଜଣେ ଯୁବକଙ୍କୁ ଘରୁ ଡାକି ନେଇ ପୋଲିସ ଇନ୍‌ଫର୍ମର ଦର୍ଶାଇ ମାଓବାଦୀମାନେ...

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା...

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା...

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ

ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri