ଜୟପୁର,୧୬।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ଗୁରୁବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିଛନ୍ତି। ପୀଡ଼ିତାଙ୍କ କଥା ଶୁଣିବା ସହିତ ତାଙ୍କ ଦାବୀ ପୂରଣ ଏବଂ ନିଯୁକ୍ତି ଦେବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହିତ ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାହୁଲ ଆଶ୍ୱାସନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ବୁଧବାର ରାହୁଲ ପୀଡ଼ିତାଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା ତେବେ ପାଗ ଖରାପ ଯୋଗୁ ଏହାକୁ ବାତିଲ କରାଯାଇଥିଲା।