ଅଲାରନାଥଙ୍କ ଅଣସରର ଦର୍ଶନ ନବମ ଦିନରେ: ଟଙ୍କ ତୋରାଣୀ ପାଇଁ ଭକ୍ତ ବ୍ୟାକୁଳ

ବ୍ରହ୍ମଗିରି,୨୭ା୬(ଡି.ଏନ.ଏ.): ଅଲାରନାଥଙ୍କ ପୀଠରେ ବୁଧବାର ଅନବସର ଦର୍ଶନ ନବମ ଦିନରେ ପହଁଞ୍ଚତ୍ଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ସ୍ବାଭାବିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଏହି ଦର୍ଶନ ପରେ ଅଲାରନାଥଙ୍କ ଖିରି ପ୍ରସାଦ ପାଇ ଭକ୍ତମାନେ ଆନନ୍ଦ ଲାଭ କରିଥିଲେ। ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ୪ଟା ୧୫ମିନିଟ୍‌ରେ ମଙ୍ଗଳ ଆଳତି, ସାଢେ୪ଟାରେ ଅବକାଶ, ୫ଟାରେ ମହାପ୍ରଭୁଙ୍କ ଅଣସର ବେଶ ଓ ଚନ୍ଦନ ତୁଳସୀ ଲାଗି, ସାଢେ୫ଟାରେ ବଲ୍ଲଭ ଧୂପ ଓ ସକାଳ ୬ଟାରେ ସର୍ବସାଧାରଣ ଦର୍ଶନ ହୋଇଥିଲା। ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଅପରାହ୍ନ ସାଢେ ୨ଟାରେ ପହଡ ପଡିଥିଲା। ପୁଣି ୨ଟା ୪୫ମିନିଟ୍‌ରେ ଚିଅଁା ପହଡ ନୀତି ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ସନ୍ଧ୍ୟା ୭ଟା୧୦ ମିନିଟ୍‌ରେ ସନ୍ଧ୍ୟା ଆଳତୀ, ରାତି ୮ଟାରେ ମଇଲମ, ସାଢେ ୮ଟାରେ ସର୍ବସାଧାରଣ ଦର୍ଶନ, ରାତି ୧୦ଟା୨୦ମିନିଟ୍‌ରେ ସନ୍ଧ୍ୟା ଧୂପ, ଅନ୍ୟ ନୀତି ବଢି ରାତି ୧୦ଟା୫୦ମିନିଟ୍‌ରେ ବଡସିଂହାର ବେଶ ହେବା ପରେ ୧୨ଟାରେ ପହୁଡ ହୋଇଥିଲା।
ମହାପ୍ରସାଦ ପାଇ ସାରିବା ପରେ ଭକ୍ତ ଟଙ୍କ ତୋରାଣି ମୁନ୍ଦେ ପାଇବାକୁ ବ୍ୟାକୁଳ ହୋଇପଡିଥାଏ। ଏ ନେଇ ଶ୍ରୀମନ୍ଦିରରେ ଅନେକ ଦିନରୁ ଏହି ଟଙ୍କ ତୋରାଣୀ ପରମ୍ପରା ରହିଆସିଛି। ପ୍ରତ୍ୟକ ଭକ୍ତ ମନ୍ଦିରକୁ ଆସିବା ମାତ୍ରେ ଟଙ୍କ ତୋରାଣୀ ପାଇଁ ଆଗ୍ରହ ବଢିଥାଏ। ଏପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଚାଲିଛି ା ମହାପ୍ରଭୁ ଅଲାରନାଥ ପୀଠର ଆନନ୍ଦବଜାରରୁ ବାହାରୁଥିବା ପ୍ରସାଦକୁ ଭକ୍ତମାନେ ମହାପ୍ରସାଦ ସମପାଇ ତୃପ୍ତି ହେଉଛନ୍ତି। ଏଠାରେ ଏବେ ଟଙ୍କ ତୋରାଣୀ ମିଳୁଥିବାରୁ ଭକ୍ତଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି।
ଟଙ୍କ ତୋରାଣୀର ବିଶେଷତ୍ତ୍ୱ
ଏହା ମହାପ୍ରସାଦର ଏକ ଅଂଶ। ମହାପ୍ରସାଦର ନ ମିଳିଲେ ଭକ୍ତମାନେ ନିର୍ମାଲ୍ୟ କିମ୍ବା ଟଙ୍କ ତୋରାଣୀ ପାଇ ଏହାର ଆବଶ୍ୟକତା ପୂରଣ କରିଥାନ୍ତି। ବିଶେଷକରି ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଭକ୍ତମାନଙ୍କୁ ପ୍ରଥମେ ଟଙ୍କ ତୋରାଣୀ ଦେଇ ଆପାୟିତ କରାଯାଇଥାଏ।
ଟଙ୍କ ତୋରାଣୀର ପ୍ରସ୍ତୁତି
ଏହି ଟଙ୍କ ତୋରାଣୀ ମହାପ୍ରସାଦ(ଅବଢା ଅନ୍ନ)କୁ ପାଣିରେ ପଖାଳ କରାଯାଏ। ଏହି ଅବଢା ପାଣିରେ ଦହି, ଲେମ୍ବୁ, ଲେମ୍ବୁ ପତ୍ର, ଲଙ୍କା, ଅଦା ଏବଂ ଆବଶ୍ୟକ ଅନୁପାତରେ ଲୁଣ ମିଶାଯାଇ ସର୍ବତ କରାଯାଏ। ଏହାକୁ ଟଙ୍କ ତୋରାଣୀ ବୋଲି କୁହାଯାଏ ।
ଟଙ୍କ ତୋରାଣୀ ସମ୍ପର୍କରେ ଗବେଷକ ସୁରେନ୍ଦ୍ର ମିଶ୍ର କୁହନ୍ତି, ଏହା ପୁରୀରେ ସମୁଦ୍ର କୂଳେ, ମନ୍ଦିରର ଦକ୍ଷିଣ ଦ୍ୱାରେ ଓ ସିଂହ ଦ୍ୱାରରରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ବିଭିନ୍ନ ମଠ ପକ୍ଷରୁ ବଣ୍ଟନ କରାଯାଇଥାଏ। ଅଧୁନା କବିର ଦାସ ମଠ, ଅଳିଛତ୍ର ମଠ ପରବର୍ତ୍ତୀ ସମୟରେ ଏମାର ମଠ ଚକଡା ଏହି ଟଙ୍କ ତୋରାଣୀ ବଣ୍ଟନ କରିଥାଏ। ଏହା ସହ ଶ୍ରୀମନ୍ଦିରର ଆନନ୍ଦବଜାରରେ ଟଙ୍କ ତୋରାଣୀ ମିଳିଥାଏ। କିନ୍ତୁ କୌଣସି କାରଣରୁ ମନ୍ଦିରର ଆନନ୍ଦବଜାର ଏହି ଟଙ୍କ ତୋରାଣୀକୁ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ତାଳଗଛ ଲଗାଇବାକୁ ୭ କୋଟି ଟଙ୍କା, ବିପର୍ଯ୍ୟୟ କ୍ଷତିପୂରଣ ପାଇଁ ସରକାର…

ଭୁବନେଶ୍ୱର,୫ା୯: ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧରଙ୍କ ପ୍ରଶ୍ନରେ ରାଜସ୍ବ...

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ,୧୮।୭: ଗୁରୁବାର ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ପରେ ସାଚି, ଛେନା, ସର,...

ଶ୍ରୀଜିଉଙ୍କ ସୁନାବେଶ: ମହଣ ମହଣ ସୁନାରେ ହେଲେ ସଜେଇ

ପୁରୀ,୧୭ା୭: ବୁଧବାର ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ...

କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା: ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

କେନ୍ଦ୍ରାପଡ଼ା,୧୬ା୭: ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କ ଆଜି ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏନେଇ...

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ...

ରଥରେ ଚଢ଼ିଥିବା ଅଣସେବାୟତଙ୍କୁ ହାତଧରି ଟାଣି ଆଣିଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫।୭: ସେବାୟତ ବେଶରେ ଜଣେ ଅଣସେବାୟତ ରଥରେ ଚଢ଼ିବା ଘଟଣା ସୋମବାର ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥ...

ଭାଇ, ଭଉଣୀଙ୍କ ପରେ ରଥରେ ବିରାଜିଲେ କାଳିଆ ଠାକୁର

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି...

ବଡ଼ ଭାଇ, ଭଉଣୀଙ୍କ ପରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୧୫ା୭: ନବଦିନାତ୍ମକ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ। ଇତି ମଧ୍ୟରେ ନୀତି ନିର୍ଘଣ୍ଟ ଅନୁଯାୟୀ ସାମବାର ଭୋର ୪ଟାରେ ମଙ୍ଗଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri