ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦ, ମନ୍ତ୍ରୀ ଭାବେ କେ.ଜେ.ଆଲ୍‌ଫୋନ୍ସ ଓ ହରଦୀପ ସିଂହ ପୁରୀଙ୍କ ନାମ ସୁପାରିସ କରି ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଚମକାଇ ଦେଇଥିଲେ। ତେବେ କୃଷି ମନ୍ତ୍ରୀ ଭାବେ ରାଧାମୋହନ ସିଂ ଏନ୍‌ଡିଏ ସରକାରରେ ବିଫଳ ହେବା ପରେ ତାଙ୍କ ସ୍ଥାନ କିଏ ନେଇ ସେ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ବିଶିଷ୍ଟ କୃଷି ବିଶେଷଜ୍ଞ ଅଶୋକ ଗୁଲାଟିଙ୍କୁ ଚୟନ କରି ମୋଦି ଏଥର ମଧ୍ୟ ସମସ୍ତଙ୍କୁ ଚମକାଇ ଦେବେ ବୋଲି ମନେ କରାଯାଉଛି। କୃଷି ମନ୍ତ୍ରୀ ଭାବେ ରାଧାମୋହନ ସିଂଙ୍କ କାର୍ଯ୍ୟକାଳ ପ୍ରଭାବହୀନ ହୋଇଥିଲା। ଚାଷୀଙ୍କ ପାଇଁ ସେଭଳି ପଦକ୍ଷେପ ନିଆ ନ ଯିବାରୁ ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାଚ୍ୟୁତ ହୋଇଥିଲା।
ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ଯୋଗୁ ଏନ୍‌ଡିଏ ସରକାର ସମାଲୋଚନାର ସରବ୍ୟ ହୋଇଥିଲେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, କୃଷି ମନ୍ତ୍ରୀ ଭାବେ ଗୁଲାଟିଙ୍କ ନାମକୁ ନେଇ ମୋଦି ବିଚାର କରୁଛନ୍ତି। କୃଷି ଅର୍ଥନୀତିଜ୍ଞ ଭାବେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ସରକାରଙ୍କ ପକ୍ଷରୁ କୃଷିଜାତ ଫସଲର ମୂଲ୍ୟ ନିର୍ଦ୍ଧାରଣ ତଥା ଖାଦ୍ୟଯୋଗାଣ ବିଷୟ ବୁଝୁଥିବା ଏଗ୍ରିକଲ୍‌ରାଲ କଷ୍ଟ ଆଣ୍ଡ ପ୍ରାଇସେସ୍‌ କମିଶନର ସେ ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ର ସରକାର ପ୍ରାୟ ୨୩ରୁ ଊର୍ଦ୍ଧ୍ୱ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ବର୍ତ୍ତମାନ ଇଣ୍ଡିଆନ କାଉନସିଲ ଫର୍‌ ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସର କୃଷି ସଂକ୍ରାନ୍ତ ଇନ୍‌ଫୋସିସ୍‌ ଚେୟାର ପ୍ରଫେସର ଭାବେ ସେ କାର୍ଯ୍ୟ କରୁଛନ୍ତି।
ଏହାଛଡ଼ା ନୀତି ଆୟୋଗ ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ କୃଷି ସଂକ୍ରାନ୍ତ ଟାସ୍କଫୋର୍ସର ସଦସ୍ୟ ତଥା ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଏଗ୍ରିକଲ୍‌ଚର ମାର୍କେଟ ରିଫମର୍‌ସର ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି। ଏହାବ୍ୟତୀତ ଏଫ୍‌ସିଆଇର କାର୍ଯ୍ୟଦକ୍ଷତା ଓ ଆର୍ଥିକ ସ୍ଥିତି ମଜବୁତ କରିବା ଲାଗି ଏନ୍‌ଡିଏ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିରେ ସେ ସଦସ୍ୟ ରହିଛନ୍ତି। ଶ୍ରୀରାମ କଲେଜ ଅଫ୍‌ କମର୍ସରୁ ଗ୍ରାଜୁଏଟ୍‌ ହେବା ପରେ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ମାଷ୍ଟର୍ସ ଓ ପିଏଚ୍‌ଡି ହାସଲ କରିସାରିଛନ୍ତି ଅଶୋକ ଗୁଲାଟି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସେ ସର୍ବକନିଷ୍ଠ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri