Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେରେନା, ଓସାକାଙ୍କ ବିପର୍ଯ୍ୟୟ

ମେଲବୋର୍ନ,୨୫।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଶୁକ୍ରବାର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ, ଡେନ୍‌ମାର୍କର କାରୋଲିନ୍‌ ଓଜନିଆକି ଓ ଗତଥରର ଚାମ୍ପିୟନ ତଥା ଜାପାନର ତୃତୀୟ ସିଡ ଖେଳାଳି ନାଓମି ଓସାକା ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଟୁର୍ନମେଣ୍ଟର ପଞ୍ଚମ ଦିବସରେ ଅଷ୍ଟମ ସିଡ ସେରେନା ୪-୬, ୭-୬, ୫-୭ ସେଟ୍‌ରେ ୨୭ତମ ସିଡ୍‌ ଖେଳାଳି ଚାଇନାର କିଆଙ୍ଗ୍‌ ଓ୍ବାଙ୍ଗ୍‌ଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଓ୍ବାଙ୍ଗ୍‌ ଏବେ ଚତୁର୍ଥ ରାଉଣ୍ଡରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ଭେଟିବେ। ବିଶ୍ୱର ୭୮ ନମ୍ବର ଖେଳାଳି ଜାବେଉର ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୭-୫, ୩-୬, ୭-୫ ସେଟ୍‌ରେ ଓଜନିଆକିଙ୍କୁ ପରାସ୍ତ କରିଛନ୍ତି। ୩୬ ନମ୍ବର ଖେଳାଳି ଓଜନିଆକି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବିଦାୟ ନେଇଛନ୍ତି। ସେହିପରି ଅନ୍ୟ ଏକ ତୃତୀୟ ରାଉଣ୍ଡ ମୁକାବିଲାରେ ଓସାକା ଆମେରିକୀୟ ଟିନ୍‌ ସେନସେସନ କୋକୋ ଗଫ୍‌ଙ୍କଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱର ୬୭ ନମ୍ବର ଖେଳାଳି ଗଫ୍‌ ୬-୩, ୬-୪ ସେଟ୍‌ରେ ଓସାକାଙ୍କୁ ଅତି ସହଜରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗଫ୍‌ ଏବେ ନିଜ ଦେଶର ୧୪ତମ ସିଡ୍‌ ଖେଳାଳି ସୋଫିଆ କେନିନଙ୍କୁ ଭେଟିବେ। କେନିନ ଅନ୍ୟ ଏକ ମ୍ୟାଚ୍‌ରେ ଚାଇନାର ଶୁଆଇ ଝାଙ୍ଗଙ୍କୁ ୭-୫,୭-୬ ସେଟରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଆସଲେ ବାର୍ଟି ୬-୩, ୬-୨ ସେଟ୍‌ରେ କାଜାଖସ୍ତାନର ଏଲିନା ରିବାକିନାଙ୍କୁ ଓ ଆମେରିକାର ୧୮ତମ ସିଡ୍‌ ଖେଳାଳି ଅଲିସନ ରିସ୍‌କେ ୧-୬, ୭-୬,୬-୨ ସେଟ୍‌ରେ ଜର୍ମାନୀ ଜୁଲିଆ ଜର୍ଜେସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଚତୁର୍ଥ ରାଉଣ୍ଡରେ ରିସ୍‌କେ ଓ ବାର୍ଟି ମୁହଁାମୁହିଁ ହେବେ। ଅନ୍ୟପଟେ ସପ୍ତମ ସିଡ ଖେଳାଳି ଚେକ ରିପବ୍ଲିକ୍‌ର ପେଟ୍ରା କ୍ୟୁଟୋଭା ୬-୧, ୬-୨ ସେଟ୍‌ରେ ରୁଷିଆର ଏକାଟେରିନା ଆଲେଜାଣ୍ଡ୍ରୋଭଙ୍କୁ ଏବଂ ୨୨ତମ ସିଡ୍‌ ଗ୍ରୀସ୍‌ର ମାରିଆ ସାକାରୀ ୬-୪, ୬-୪ ସେଟ୍‌ରେ ଦଶମ ସିଡ ଆମେରିକାର ମାଡିନସନ କେଜଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏବେ କ୍ୟୁଟୋଭା ଓ ସାକାରୀ ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri