Posted inଖେଳ

ଅଷ୍ଟ୍ରେଲିଆ ଦଳକୁ ସ୍ମିଥ୍‌ଙ୍କ ପ୍ରତ୍ୟାବର୍ତ୍ତନ

ମାଞ୍ଚେଷ୍ଟର, ୩।୯ (ଏପି)- ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଆଶେସ ସିରିଜର ୪ର୍ଥ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ମଙ୍ଗଳବାର ୧୨ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଟପ୍‌ ଅର୍ଡର ଉସମାନ ଖ୍ବାଜା ଓ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଲଡର୍‌ସରେ ଅନୁଷ୍ଠିତ ସିରିଜର ୨ୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ଏକ ମାରାତ୍ମକ ବାଉନ୍ସର ସ୍ମିଥ୍‌ଙ୍କ ବେକରେ ବାଜିଥିଲା। ଗୁରୁତର ଆଘାତ ପାଇଥିବା ସ୍ମିଥ୍‌ ଏହାପରେ ଲିଡ୍ସରେ ଅନୁଷ୍ଠିତ ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଅପରପକ୍ଷରେ ସିରିଜରେ ବର୍ତ୍ତମାନ ସୁଦ୍ଧା ୨୦.୩୩ ଆଭରେଜରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଖ୍ବାଜାଙ୍କୁ ଏହି ମ୍ୟାଚ୍‌ରୁ ବାହାରେ ବସିବାକୁ ପଡ଼ିଛି। ମାର୍ନସ ଲାବୁଶ୍ଚାନେ ତାଙ୍କ ସ୍ଥାନରେ ୩ୟ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ସେହିଭଳି ସ୍ମିଥ୍‌ ୪ ନମ୍ବର ସ୍ଥାନରେ ପୂର୍ବଭଳି ବ୍ୟାଟିଂ କରିବାକୁ ଆସିବେ। ଉଲ୍ଲେଖନୀୟ ଘଟଣାକ୍ରମେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରାଯାଇଛି। ଫଳରେ ସେ ସିରିଜରେ ପ୍ରଥମଥର ଲାଗି ଖେଳିବାର ସମ୍ଭାବନା ରହିଛି। ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯିବ ବୋଲି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିରିଜର ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୫୧ ରନରେ ଜିତିଥିଲା। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ ଡ୍ର ରହିଥିବାବେଳେ ୩ୟ ମ୍ୟାଚ୍‌କୁ ଅବିଶ୍ୱସନୀୟ ଭାବେ ଗୋଟିଏ ଉଇକେଟ୍‌ରେ ଜିତି ଇଂଲଣ୍ଡ ସିରିଜକୁ ୧-୧ର ସମାନସ୍ତରକୁ ଆଣିବାରେ ସଫଳ ହୋଇଥିଲା।
ଅଷ୍ଟ୍ରେଲିଆ ଦଳ: ଡେଭିଡ୍‌ ଓ୍ବାର୍ନର, ମାର୍କସ ହାରିସ, ମାର୍ନସ ଲାବୁଶ୍ଚାନେ, ଷ୍ଟିଭ ସ୍ମିଥ୍‌, ଟ୍ରାଭିସ ହେଡ୍‌, ମାଟ୍ଟ ଓ୍ବାଡେ, ଟିମ୍‌ ପାଇନ୍‌ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ପିଟର୍‌ ସିଡ୍‌ଲେ, ମିଚେଲ ଷ୍ଟାର୍କ, ନାଥନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପରେ ଗର୍ଜିବ ବିରାଟଙ୍କ ବ୍ୟାଟ୍‌! ଇଂଲଣ୍ଡ-ପାକିସ୍ତାନ ବିପକ୍ଷରେ ହେବ ରନ୍‌ ବର୍ଷା, ରହିଛି ଏଭଳି ସଂଯୋଗ

ନୂଆଦିଲ୍ଲୀ,୧୦।୧: ଲଗାତାର ଭାବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତୀୟ ଟିମ୍‌ର ତାରକା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଏହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ...

ଓ୍ବାର୍ନରଙ୍କ ବ୍ୟାଟ୍‌କୁ ଦୁଇଫାଳ କରିଦେଲେ ଏହି ବୋଲର୍‌, Live ମ୍ୟାଚ୍‌ରେ ମୁଣ୍ଡରେ ବାଜିଲା…

ସିଡନୀ,୧୦।୧: ଭାଙ୍ଗିଲା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ବ୍ୟାଟ୍‌। ବିଗ୍‌ ବ୍ୟାଶ୍‌ ଲିଗ୍‌ ୨୦୨୫ର ୨୯ତମ ମୁକାବିଲାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସିଡନୀ...

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଲେ ଏହି କ୍ରିକେଟର

ଟିମ ଇଣ୍ଡିଆର ଖେଳାଳି ବରୁଣ ଆରୋନ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ମାତ୍ର 35 ବର୍ଷ ବୟସରେ ଅବସର ନେଇଛନ୍ତି। ବରୁଣ ଭାରତ ପାଇଁ...

ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ବିରୁଷ୍କା: ମାଗିଲେ ୨ ଜିନିଷ

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଅଷ୍ଟ୍ରେଲିଆ ଗସ୍ତ କିଛି ବିଶେଷ ନ ଥିଲା। ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆକୁ...

ଲାଇଭ୍‌ ମ୍ୟାଚ୍‌ରେ ଘଟିଲା ଭୟଙ୍କର ଘଟଣା: ବଲ୍‌ ବାଜିବାରୁ…ଦେଖନ୍ତୁ ଭିଡିଓ

ମେଲବୋର୍ନ,୧୦।୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ଏସ୍‌ଜି)ରେ ବିଗ ବାସ ଲିଗ (ବିଗ୍‌ବାସ୍‌ ୨୦୨୪-୨୫)ର ଏକ ରୋମାଞ୍ଚକର ମ୍ୟାଚ ସମୟରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଥିଲା।...

‘ମୋତେ ବିଷ ଦିଆଯାଇଥିଲା…,’ ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି ଟେନିସ ତାରକାଙ୍କ ଚମକାଇବା ଭଳି ବୟାନ

ମେଲବର୍ନ,୧୦।୧: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା। ସେ ସେତେବେଳେ ମେଲବର୍ନରେ ଥିଲେ।...

ଜାଣିଶୁଣି ଯୁବରାଜଙ୍କ କ୍ୟାରିୟର ଖରାପ କରିଥିଲେ କୋହଲି: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି, ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri