ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆନ୍ନାଙ୍କ ଏକ ସହଯୋଗୀ କହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ଦୁର୍ବଳତା ଅନୁଭବ କରୁଥିବାରୁ ତାଙ୍କୁ ବିଶ୍ରାମର ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ତାଙ୍କୁ ବୁଧବାର ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ ବୋଲି ଆଶା କରାଯାଉଛି।